ବିଦେଶରେ ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସଲା ବ୍ୟାନ : ସଜାଗ ହେଲା ଭାରତ ସରକାର

ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସଲା ବ୍ୟାନ

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ କମ୍ପାନି ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ସମଲା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତ ସରକାର କୌଣସି ପ୍ରତିବନ୍ଧକ କାହିଁକି ନେଉ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ତେବେ ଦୁଇଟି ଦେଶରେ ଆର୍ଥାତ ହଂକଂ ଓ ସିଙ୍ଗାପୁର ସରକାର ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସାଲକୁ ବ୍ୟାନ କରି ଯଥାଶୀଘ୍ର ଏହାକୁ ବଜାରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଭାରତ ସରକାର ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ମମାଲାଗୁଡିକୁ ନେଇ ଫୁଡ୍‌ କମିଶନରଙ୍କୁ ଆଲର୍ଟ କରିବା ସହିତ ଏହାର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛି।
ସରକାରଙ୍କ ଏହି ନିର୍ଦ୍ଦେଶ ପାଇବା ପରେ ଫୁଡ୍‌ କମିଶନର ଯୁଦ୍ଧକାଳିନଭିତ୍ତିରେ ଦୁଇକମ୍ପାନିର ମସଲାଗୁଡିକର ନମୂନା ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ଦେଇଛି। ନମୂନା ପରୀକ୍ଷାରୁ ଯାହା ଅଭିଯୋଗ ହୋଇଛି ଯଦି ତାହା ହିଁ ବାହାରେ ତେବେ ସମ୍ପୃକ୍ତ କମ୍ପାନି ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭାରତରେ ବି ଏହି ସସଲାକୁ ବ୍ୟାନ କରି ଦିଆଯିବ ବୋଲି କୁହାଯାଉଛି।
ତେବେ ସିଙ୍ଗାପୁର ଓ ହଂକଂରେ ନମୂନା ସଂଗ୍ରହ କରି ପରୀକ୍ଷା କରିବା ପରେ ଏମଡିଏଚର ମାଡ୍ରାସ କରି ପାଉଡର, ସମ୍ବର ପାଉଡର ଓ କରି ପାଉଡର ସମେତ ଏଭରେଷ୍ଟର ଫିସ କରି ମସଲାରେ କୀଟନାଶକ, ଏଥିଲିନ୍ ଅକ୍ସାଇଡ୍ ରହିଥିବା ଜଣାପଡ଼ିଥିଲା। ଏଥିଲିନ ଅକ୍ସାଇଡକୁ ଗ୍ରୁପ୍-୧ କାର୍ସିନୋଜେନ ଭାବେ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ବର୍ଗୀକୃତ କରିଛି। ଏଥିଲିନ ଅକ୍ସାଇଡ ସ୍ତନ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

Share Now:

Kalinga News Beuro

Next Post

ରାଜଧାନୀରେ ବନ୍ଧା ହେଲେ ୭ ନକଲି ପୁଲିସ

Tue Apr 23 , 2024
ଭୁବନେଶ୍ୱର: ମୁମ୍ବାଇ, ରାଞ୍ଚି, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ୭ଜଣ ନକଲି ଅଫିସରଙ୍କୁ କମିସନରେଟର ସ୍ପେଶାଲ ସ୍ୱାଡ୍ ଗିରଫ କରିଛି। କେତେବେଳେ ସିବିଆଇ, ସ୍ପେଶାଲ ବ୍ରାଞ୍ଚ, ଆଉ ସ୍ପେଶାଲ ସ୍ୱାଡ୍ ର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଅଭିଯୁକ୍ତମାନେ। ସେମାନଙ୍କ ନିକଟରୁ ୩.୫ ଲକ୍ଷ ଟଙ୍କା, ୬ ଲକ୍ଷ ମୂଲ୍ୟର ସୁନା ଗହଣା ଜବତ ହୋଇଛି।ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା […]
ବନ୍ଧା ହେଲେ ୭ ନକଲି ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial