ରେଳଯାତ୍ରୀଙ୍କୁ ମିଳିବ ବିମାନ ଭଳି ରିହାତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ ମାନସ ମନ୍ଥନ ହୋଇଥିଲା। ଏହାପରେ ରେଳମନ୍ତ୍ରୀ ଶ୍ରୀ ଗୋୟଲ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ରେଳବାଇରେ ଫ୍ଲେକ୍ସି ଫେୟାର ବ୍ୟବସ୍ଥା କାହିଁକି ଟିକଟ ମୂଲ୍ୟ ବୃଦ୍ଧି ଲାଗି ଉପଯୋଗ କରାଯିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ହୋଟେଲ ଏବଂ ଏୟାରଲାଇନ୍ସ ଗୁଡ଼ିକରେ ଯେଭଳି ଗ୍ରାହକ ଓ ଯାତ୍ରୀଙ୍କୁ ରିହାତି ପ୍ରଦାନ କରାଯାଉଛି ରେଳରେ ମଧ୍ୟ ସେଭଳି ରିହାତି ପ୍ରଦାନ କରାଯିବ । ଯେଉଁ ରୁଟ୍‌ରେ ରେଳରେ ଅପେକ୍ଷାକୃତ କମ୍‌ ଯାତ୍ରୀ ଯାତାୟତ କରୁଛନ୍ତି ସେଠାରେ ଏହି ସୁବିଧାର ପ୍ରଚଳନ କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି।

ରେଳବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଏୟାର ଇଣ୍ଡିଆରୁ ଆସିଥିବାରୁ ଏଭଳି ପରୀକ୍ଷଣ କରାଯାଉଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ୨୦୧୮ରେ ରେଳବାଇ ନିରାପତ୍ତା ଉପରେ ଅଧିକ ଧ୍ୟାନ ଦେବ ବୋଲି ସେ କହିଛନ୍ତି। ଦେଶର ସବୁ ଟ୍ରେନ୍‌ରେ ସିସିଟିଭି ଲଗାଇବା ପାଇ ଆଲୋଚନା ଚାଲିଛି। ସବୁ ସିସିଟିଭିକୁ ସଂଯୋଗ କରିବା ଲାଗି ସବୁ ଷ୍ଟେସନ୍‌ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ କରାଯିବ। ଦେଶର ୯୮୩ଟିରୁ ଅଧିକ ଷ୍ଟେସନ୍‌ରେ ସିସିଟିଭି ଲଗାଇବା ପାଇଁ ନିର୍ଭୟା ପାଣ୍ଠିର ବିନିଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ ଡିସେମ୍ବର ସୁଦ୍ଧା ସିସିଟିଭି ସ୍ଥାପନ ହୋଇଯିବା ନେଇ ରେଳବାଇ ଆଶା ରଖିଛି।

Share Now:

Kalinga News Beuro

Leave a Reply

Next Post

ବଣ୍ଡାଘାଟିରେ ହିଂସା : ୮ଗାଡ଼ି ଜାଳିଦେଲେ ମାଓବାଦୀ

Tue Dec 19 , 2017
ମାଲକାନଗିରି : ମାଲକାନଗିରିରେ ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ଗତକାଲି ରାତିରେ ପ୍ରାୟ ୫୦ ସଶସ୍ତ୍ର ନକ୍ସଲ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୮ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଖଇରପୁଟ ବ୍ଲକର ବଣ୍ଡା ଘାଟିର ମୁଦୁଲିପଡା ଠାରୁ ଅଣ୍ଡ୍ରାହାଲ ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial