ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ : ୨୪ ଘଣ୍ଟା ଭିତରେ ଜୀବନ ହାରିଲେ ଦୁଇ ମହିଳା

୨୪ ଘଣ୍ଟା ଭିତରେ ଜୀବନ ହାରିଲେ ଦୁଇ ମହିଳା

ବାଲିପାଟଣା : ବାଲିପାଟଣା ଥାନା ଅଭୟମୁଖୀ ଅଞ୍ଚଳରେ ୨୪ ଘଣ୍ଟା ଭିତରେ ୨ ଜଣ ମହିଳା ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ମହାପାତ୍ର ସାହିର ଦିଲ୍ଲୀପ ମହାପାତ୍ରଙ୍କ ପତ୍ନୀ ରୋଜାଲିନ ପଣ୍ଡା ଫ୍ୟାନରେ ଝୁଲି ପଡ଼ିଥିଲେ। ଏହି ଖବର ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ଭୋରୁ ସ୍ଥାନୀୟ ଅଞ୍ଚଳର ଆଉ ଜଣେ ନବ ବିବାହିତା ସମାନ ଢ଼ଙ୍ଗରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସ୍ଥାନୀୟ ରହିତ ସାହିର ଚିତ୍ରସେନ ସେଠୀଙ୍କ ପତ୍ନୀ ମାମାଲି ସେଠୀ ( ୩୦)।
ସୂଚନା ଅନୁସାରେ ଅଭୟମୁଖୀ ରହିତ ସାହିର ବାଉରୀବନ୍ଧୁ ସେଠୀଙ୍କ ପୁଅ ଚିତ୍ରସେନ ପ୍ରାୟ ୨ ମାସ ତଳେ ମାମାଲିଙ୍କୁ ବିବାହ କରିଥିଲେ। କୌଣସି କାରଣକୁ କେନ୍ଦ୍ର କରି ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ୨ ଦିନ ତଳେ ଏହାର ପୁନରାବୃତ୍ତି ଘଟିଥିଲା। ଆଜି ସକାଳୁ ମାମାଲି ଘରେ ରଶି ଲଗାଇ ଝୁଲି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଝୁଲନ୍ତା ଅବସ୍ଥାରେ ଥିବା ଶବକୁ ବାଲିପାଟଣା ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ଭୁବନେଶ୍ବରରେ ୧୩ ଡିଗ୍ରି କମିଲା ତାପମାତ୍ରା : ଦିନ ୨ଟାରେ ପାରା ୨୯ ଡିଗ୍ରି ରେକର୍ଡ

Fri Apr 21 , 2023
ଭୁବନେଶ୍ବର: ବିଗତ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି। ପ୍ରବଳ ଖରା ଓ ଗରମରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ରାଜ୍ୟବ୍ୟାପି ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ୨୦ରେ ଭୁବନେଶ୍ବରରେ ୪୨.୬ ଡିଗ୍ରି […]
ଭୁବନେଶ୍ବରରେ ୧୩ ଡିଗ୍ରି କମିଲା ତାପମାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial