ଭୁବନେଶ୍ବରରେ ୧୩ ଡିଗ୍ରି କମିଲା ତାପମାତ୍ରା : ଦିନ ୨ଟାରେ ପାରା ୨୯ ଡିଗ୍ରି ରେକର୍ଡ

ଭୁବନେଶ୍ବରରେ ୧୩ ଡିଗ୍ରି କମିଲା ତାପମାତ୍ରା

ଭୁବନେଶ୍ବର: ବିଗତ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି। ପ୍ରବଳ ଖରା ଓ ଗରମରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ରାଜ୍ୟବ୍ୟାପି ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ୨୦ରେ ଭୁବନେଶ୍ବରରେ ୪୨.୬ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଲିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର- ୨୯.୦°,ବାଲେଶ୍ୱର :୩୧.୮°,ଚାନ୍ଦବାଲି : ୩୩.୦ °,ପାରାଦୀପ : ୨୮.୪°,ଗୋପାଳପୁର : ୩୬.୦°,ପୁରୀ :୩୫.୦°,ଝାରସୁଗୁଡା : ୩୭.୬°,କେନ୍ଦୁଝର : ୨୮.୬°,ସମ୍ବଲପୁର : ୩୩.୦°,ହୀରାକୁଦ :୩୨.୦ °
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପାଗରେ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରି କରାଯାଇଛି। ସେହିପରି ଗୋପାଳପୁରରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

Share Now:

Kalinga News Beuro

Next Post

ଭତ୍ତା ପାଇଁ ତତଲା ରାସ୍ତାରେ ଖାଲି ପାଦରେ ବୃଦ୍ଧା

Fri Apr 21 , 2023
ନବରଙ୍ଗପୁର: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିଲେ ଦୁଃଖ ଲାଗୁଛି। ଭିଡିଓରେ ଜଣେ ବୃଦ୍ଧାଙ୍କୁ ଦେଖିବାକୁ ମିଳୁଛି। ଯିଏକି ଏଭଳି ପ୍ରଚଣ୍ଡ ଖରାରେ ଏକ ଚୌକି ସାହାଯ୍ୟରେ ଖାଲି ପାଦରେ ରାସ୍ତାରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତରେ ଘଟିଛି। ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧାଙ୍କ ନାମ ସୂର୍ଯ୍ୟ ହରିଜନ ବୟସ ୭୨ବର୍ଷ ରହିଛି। […]
ଭତ୍ତା ପାଇଁ ତତଲା ରାସ୍ତାରେ ଖାଲି ପାଦରେ ବୃଦ୍ଧା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial