ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସିର ନୂତନ କମିସନର ଭାବେ ଦାୟିତ୍ବ ନେଲେ

ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର: ନୂଆ ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ସେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ସିଇଓ ଦାୟିତ୍ବ ମଧ୍ୟ ନେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ତାଙ୍କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ୍ ସ୍ବାଗତ କରିଥିଲେ। ଏହି ଅବସରରେ କମିସନର ଶ୍ରୀ କୁଲାଙ୍ଗେ କହିଥିଲେ ଯେ ନିର୍ବାଚିତ ଜନପ୍ରତିନିଧି, କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ ଭୁବନେଶ୍ବରକୁ ଏକ ନମ୍ବର ସହରରେ ପରିଣତ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବିଏମସି ଓ ବିଏସଏସଏଲର କର୍ମଚାରୀ ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ। ‌ନୂଆ କମିସନର୍‌ଙ୍କ ସାମ୍ନାରେ ବହୁ ଆହ୍ବାନ ରହିଛି। ଭୁଆସୁଣି ଡମ୍ପିଂୟାର୍ଡ ଓ ବାୟୋମାଇନିଂ ପ୍ରସଙ୍ଗ ତାଙ୍କ ପାଇଁ ପ୍ରମୁଖ ଆହ୍ବାନ ହେବାକୁ ଯାଉଛି। ସେଠାରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ବାୟୋମାଇନିଂ ବ୍ୟବସ୍ଥା ହେବା ନିଷ୍ପତ୍ତି ହେବା ବେ‌ଳେ ଯଥେଷ୍ଟ ପରିମାଣର ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରସ୍ତୁତ କରାଯାଇ ନଥିବାରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ହୋଇପାରୁନାହିଁ। ବଳକା ଆବର୍ଜନା ଗଦା କରିବାକୁ ବି ଜାଗା ନାହିଁ। ତେଣୁ ପ୍ରକଳ୍ପ ଝୁଲି ରହିଛି। ତେବେ ବ୍ରହ୍ମପୁରରେ ଶ୍ରୀ କୁଲାଙ୍ଗେ ଜିଲ୍ଲାପାଳ ଥିବା ବେଳେ ସ୍ବଚ୍ଛତା ପ୍ରତିଯୋଗିତାରେ ବ୍ରହ୍ମପୁର ସହର ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା। ଏଣୁ ଏଠାରେ ମଧ୍ୟ ଏସବୁ ପରିଚାଳନା କରିବା ତାଙ୍କ ପାଇଁ ସହଜ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଜଳବନ୍ଦୀ ସମସ୍ୟା ସହ ଅନେକ ଆହ୍ବାନ ରହିଛି। କିନ୍ତୁ ନିର୍ବାଚିତ ଜନ ପ୍ରତିନିଧି ରହିଥିବାରୁ ଏ ସବୁର ସିଧାସଳଖ ପ୍ରଭାବ କମିସନରଙ୍କ ଉପରେ ନ ପଡ଼ି ପ୍ରତିନିଧିଙ୍କୁ ପ୍ରଭାବିତ କରିବା ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ

Mon Jun 20 , 2022
ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ […]
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial