ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଳକାଟି-ପୁରୀ ମୁଖ୍ୟ କେନାଲରେ ଆଜି ଭୋରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇଟି ସାଇଫନ ନିକଟରେ ହୋଇଛି। ଏହାଫଳରେ ବାଳକାଟି ଗ୍ରାମ୍ୟ ଜଙ୍ଗଲ ଏବଂ କଲେଜ ପଡ଼ିଆରେ ପାଣି ପ୍ରବେଶ କରିଛି। ଅଚ୍ୟୁତପୁର ଏବଂ ପିପିଲି ଜଳ ସଂପଦ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିଥିଲେ। ବାଲିଅଖା ଖଞ୍ଜି ପାଣି ବନ୍ଦ କରାଯାଇଛି।
ଏଣେ ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ ଥିବାର ଖବର ମିଳିଛି। ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଗତବର୍ଷ ବନ୍ୟା ଯୋଗୁ ମଧ୍ୟ ଗଙ୍ଗୁଆ ନାଳରେ ଘାଇ ସୃଷ୍ଟି ହୋଇଥିଲା। ଲୋକେ ୨୫ ଦିନ ଜଳବନ୍ଦୀ ରହିଥିଲେ। ତେବେ ସେହି ଘାଇ ମରାମତି ହୋଇନଥିବାରୁ ପୁଣି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

Share Now:

Kalinga News Beuro

Next Post

ହୋଟେଲରେ ଯୁବତୀଙ୍କ ଝୁଲନ୍ତା ମୃତଦେହ : ପୁଲିସ ପହଞ୍ଚିବା ପୂର୍ବରୁ ଭଙ୍ଗାଯାଇଛି କବାଟ

Sun Aug 6 , 2023
ଦୀପାଳୀ ହୋଟେଲରେ ଘଟିଛି ଘଟଣା, ବାର୍‌ରେ କାମ କରିବାକୁ ଆସିଥିଲେ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଥିବା ଦୀପାଳି ବାର୍‌ରୁୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଛି। ମୃତ ଯୁବତୀ ହେଲେ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)। ହୋଟେଲର ଏକ ରୁମ୍‌ରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ […]
ହୋଟେଲରେ ଯୁବତୀଙ୍କ ଝୁଲନ୍ତା ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial