ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ-1

ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖରପୁରଠାରେ ତାଙ୍କ ପୁଅ ସୌମ୍ୟରଞ୍ଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଆବାସିକ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି। ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ ଚାଲିଛି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଏନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Tue Jun 21 , 2022
ଭୁବନେଶ୍ବର : ୧୦ଦିନିଆ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଇଟାଲିରେ ପହଞ୍ଚିଛନ୍ତି। ଇଟାଲୀରେ ପହଞ୍ଚିବା ପରେ ସେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବେ ବୋଲି ଜଣାପଡ଼ିଛି। ତେବେ ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ […]
ରୋମରେ ମହାତ୍ମା ଗାନ୍ଧୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial