ଭିଜିଲାନ୍ସ ଜାଲରେ ପୁଲିସବାବୁ : ସରକାରୀ କ୍ଵାର୍ଟରରୁ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ

ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଳ

ବୌଦ୍ଧ: ଗଞ୍ଜେଇ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ବେଆଇନ ବ୍ୟବସାୟରେ ସହଯୋଗ କରିବା ଜଣେ ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ ବିଭାଗ ବୁଧବାର ଦିନ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି।
ସୂଚନା ଅନୁସାରେ ବଘିଆପଡା ଫାଣ୍ଡି ସରକାରୀ ପୁଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଭିଜିଲାନ୍ସ ବିଭାଗ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି। ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଟଙ୍କା କାରବାର ହୋଇଥିଲା ବୋଲି କୁହାଯାଉଛି। ଗଞ୍ଜେଇ ମାଫିଆଙ୍କଠାରୁ ଟଙ୍କା ଆଦାୟ କରି ଟଙ୍କା ସରକାରୀ କ୍ଵାଟରରେ ରଖିଥିବା ସୂଚନା ପାଇ ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା।

Share Now:

Kalinga News Beuro

Next Post

ବନମାଳୀପୁର ବାଣ ବିସ୍ଫୋରଣକୁ ୫ ବର୍ଷ : କୁଆଡ଼େ ଗଲେ ଜ୍ଞାନେନ୍ଦ୍ର ମିଶ୍ର ?

Wed Nov 1 , 2023
ବାଲିପାଟଣା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହି ଦିନକୁ ମହା ଆଡ଼ମ୍ବରରେ ଲୋକେ ପାଳନ କରନ୍ତି। ଆତସବାଜିରେ ଆକାଶ ଝଲସି ଉଠେ। କିନ୍ତୁ ଦୀପାବଳି ଆସିଲେ ବନମାଳୀପୁରର ସେହି ବହୁ ଚର୍ଚ୍ଚିତ ବାଣ ବିସ୍ଫୋରଣ କଥା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଥାଏ। ୫ ବର୍ଷ ତଳେ ନୂଆସାହିର ଜ୍ଞାନେନ୍ଦ୍ର ମିଶ୍ରଙ୍କ ବାଣ କାରଖାନାରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା। ବିସ୍ଫୋରଣ ଏତେ […]
ବନମାଳୀପୁର ବାଣ ବିସ୍ଫୋରଣକୁ ୫ ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial