ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରୋମରେ ମହାତ୍ମା ଗାନ୍ଧୀ-1

ଭୁବନେଶ୍ବର : ୧୦ଦିନିଆ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଇଟାଲିରେ ପହଞ୍ଚିଛନ୍ତି। ଇଟାଲୀରେ ପହଞ୍ଚିବା ପରେ ସେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବେ ବୋଲି ଜଣାପଡ଼ିଛି। ତେବେ ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ମୁଁ ଅନୁପ୍ରାଣିତ। ୨୦୧୮ ମସିହାରେ ଦେଶବ୍ୟାପି ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମୋତ୍ସବ ପାଳନ ଲାଗି ଗଠିତ ଜାତୀୟ କମିଟିର ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ ଭାରତୀୟ ସମ୍ବିଧାନର ମୁଖବନ୍ଧ ବା ପ୍ରିଏମ୍ବଲରେ ‘ଅହିଂସା’ ଶବ୍ଦ ସାମିଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ମହାତ୍ମାଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ରଖିଥିଲେ। ଏହି ବୈଠକରେ ମହାତ୍ମାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶାନ୍ତି ବ୍ୟତିରେକେ କୌଣସି ଅଗ୍ରଗତି ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ ରୋମ୍‌ରେ ୨୬ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ସେଠାରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଏହାସହ ଡବ୍ଲୁଏଫ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ। ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଓଡ଼ିଶାରେ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଏହାପରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସହରରେ ଭେଟିବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳାର ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ।

Share Now:

Kalinga News Beuro

Next Post

ନକ୍ସଲ ସହ ଗୁଳିବିନିମୟ : ସିଆରପିଏଫ୍‌ର ୩ ଯବାନ ସହିଦ

Tue Jun 21 , 2022
ନୂଆପଡ଼ା: ନୂଆପଡ଼ାରେ ନକ୍ସଲ ଆତଙ୍କ। ନକ୍ସଲମାନଙ୍କ ଗୁଳିରେ କେନ୍ଦ୍ରୀୟ ସଂରକ୍ଷଣ ପୁଲିସ ବଳ (ସିଆରପିଏଫ୍‌)ର ୩ ଜଣ ଯବାନ ସହିଦ ହୋଇଛନ୍ତି। ଜିଲ୍ଲାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଆଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ। ନୂଆପଡ଼ାର […]
ନକ୍ସଲ ସହ ଗୁଳିବିନିମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial