ହୋଲି କଟକଣା: ରାସାୟନିକ ରଙ୍ଗ ବିକିଲେ କାର୍ଯ୍ୟାନୁଷ୍ଠାନ

ରାସାୟନିକ ରଙ୍ଗ ବିକିଲେ ଫସିବେ

୬ ସେକ୍ଟର୍‌ ଦାୟିତ୍ୱରେ ୧୫ ପ୍ଲାଟୁନ୍, ନଦୀରେ ଅଗ୍ନିଶମ, ଓଡ୍ରାଫ୍‌ ପାଟ୍ରୋଲିଂ

କଟକ: କଟକ ସହରରେ ହୋଲିରେ କୌଣସି ବ୍ୟବସାୟୀ ରାସାୟନିକ ରଙ୍ଗ ବ୍ୟବହାର କରିପାରିବେ ନାହିଁ। କେବଳ ହର୍ବାଲ୍‌ ରଙ୍ଗ ବ୍ୟବହାର କରିବେ। କେହି ବ୍ୟବସାୟୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ଚେତାବନୀ ଦେଇଛି। ସୂଚନା ଅନୁଯାୟୀ, ହୋଲିରେ ରାସାୟନିକ ରଙ୍ଗ ଉପରେ କଟକଣା ଲାଗିଥିବା ବେଳେ ଆଇନଶୃଙ୍ଖଳା ଉପରେ ମଧ୍ୟ କଡ଼ା ନଜର ଦେବାକୁ ସମସ୍ତ ଜୋନ୍ ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।
କଟକ ସହରକୁ ୬ଟି ସେକ୍ଟର୍‌ରେ ଭାଗ କରାଯାଇଛି। ଜୋନ୍‌ୱାରି ଏସିପିମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ଗୁରୁତ୍ୱପୂର୍ଣ୍ଣ ଛକ ଅଞ୍ଚଳରେ ଅସ୍ଥାୟୀ ପୋଷ୍ଟ ଖୋଲାଯିବ। ଜୋନ୍‌ୱାରି ଥିବା ଥାନାଗୁଡ଼ିକରେ ୨୨ ପିସିଆର୍‌ ଭ୍ୟାନ୍‌ ଓ ୪୦ ବାଇକ୍ ପିସିଆର୍‌ ମୁତୟନ କରାଯାଇଛି। ପୁରା ସହରର ସୁରକ୍ଷା ଦାୟିତ୍ୱରେ ୨ଜଣ ଏଡିସିପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଡିସିପି ପିନାକ ମିଶ୍ର ସିଧାସଳଖ ସ୍ଥିତି ଉପରେ ନଜର ରହିବେ। ଏହାସହିତ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିବାର ଆଶଂକା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ୍‌ ପକ୍ଷରୁ ମହାନଦୀ ଓ କାଠଯୋଡ଼ିର ପ୍ରମୁଖ ଘାଟରେ ବୋଟ୍‌ ପାଟ୍ରୋଲିଂ କରାଯିବାକୁ ଯୋଜନା କରାଯାଇଛି।

Share Now:

Kalinga News Beuro

Next Post

ଦୋଳ ପୂର୍ଣ୍ଣିମାରେ ଉତ୍ସବମୁଖର କଟକନଗର : ପାରମ୍ପରିକ ବାଦ୍ୟରେ କମ୍ପୁଛି ମହାନଗର

Tue Mar 7 , 2023
କଟକ: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଉତ୍ସବମୁଖର ହୋଇଉଠିଛି କଟକ ମହାନଗର। ଆଜି ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ ଦେଖିବାକୁ ମିଳିଛି। ଝୁଲଣ ମଣ୍ଡପରେ ଦୋଳିରେ ଝୁଲିବା ପରେ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଦୋଳପୂର୍ଣ୍ଣିମାରେ କଟକ ୭୨ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ୬୦ରୁ ଅଧିକ ଦୋଳ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡ଼ିଆରୁ ବାହାରି ସହର ପରିକ୍ରମା […]
ଦୋଳ ପୂର୍ଣ୍ଣିମାରେ ଉତ୍ସବମୁଖର କଟକ

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial