ମହର୍ଷି କଲେଜରେ ସାଇବର ଅପରାଧ ସମ୍ପର୍କିତ ରାଜ୍ୟସ୍ତରୀୟ ସଚେତନତା ଶିବିର

MaharshiCyber Cell-1

ଭୁବନେଶ୍ୱର: ଆଜି ମହର୍ଷି କଲେଜ ଅଫ ନାଚୁରାଲ ଲ’ ପକ୍ଷରୁ ଏକ ଦିବସୀୟ ରାଜ୍ୟସ୍ତରୀୟ ସାଇବର ଅପରାଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ସୂଚାରୁ ଭାବରେ ସମ୍ପର୍ଣ୍ଣ କରାଯାଇଥିଲା। ଏହି ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରୀ ବର୍ଷା ବେହେରା ଓ ବର୍ଷାରାଣୀ ସାହୁଙ୍କୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

କଲେଜର ତିନିଜଣ ଛାତ୍ର ଛାତ୍ରୀ ଯଥା ବିଜୟ କୁମାର ଦାସ,ସୌମ୍ୟ ରଞ୍ଜନ ନାୟକ ଓ ଶିଳ୍ପା ସ୍ୱାଇଁଙ୍କୁ ସାଇବର ମିତ୍ର ଭାବରେ ବଛାଯାଇଥିଲା। ପୋଷ୍ଟର ପ୍ରତିଯୋଗିତାରେ ଶୁଶ୍ରୀ ଶିଳ୍ପା ସ୍ୱାଇଁ ପ୍ରଥମସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜର ଅର୍ଥନୀତି ଅଧ୍ୟାପିକା ଡ଼କ୍ଟର ନମିତା ପଟ୍ଟନାୟକଙ୍କ ସଂଯୋଜନାରେ ତଥା ଆଇକ୍ୟୁଏସି କୋଅର୍ଡିନେଟର ଡ଼କ୍ଟର ଅଶୋକ ଦାସଙ୍କ ସହାୟତାରେ ସଫଳତା ପୂର୍ବକ ସମ୍ପାଦନ କରାଯାଇଥିଲା।

ସାଇବର ଅପରାଧ ସମ୍ପର୍କିତ ଅନେକ ଉପାଦେୟ ମାର୍ଗଦର୍ଶିକା କମିସନରେଟ ପୋଲିସ ପକ୍ଷରୁ ଏସିପି ଅଞ୍ଜନା ଟୁଡୁ,ଇନ୍ସ୍ପେକଟର ବନିତା ମହାରଣା,ଏସଆଇ କାଞ୍ଚନ ମହାଳିକ, ଏଏସଆଇ ଏସ କେ ସ୍ୱାଇଁ ଓ ତାଙ୍କ ଟିମ ପ୍ରଦାନ କରିଥିଲେ। ଏହି ଶିବିରରେ ଦୁଇ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏବଂ କଲେଜର ଆଲୁମୁନି ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

ପଞ୍ଚଭୂତରେ ସରୋଜ ଦାସ : ଅଶ୍ରୁଳ ଲୁହରେ ସହିଦଙ୍କୁ ବିଦାୟ ଦେଲେ କେନ୍ଦୁଢ଼ିପବାସୀ

Sat Oct 7 , 2023
କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ସୃଷ୍ଟ ପ୍ରଳୟଙ୍କାରୀ ବନ୍ୟାରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପସ୍ଥିତ ଗାଁ ମଶାଣିରେ ଶନିବାର ଦିନ ସନ୍ଧ୍ୟାରେ ସହିଦ ଯବାନ ସରୋଜ ଦାସଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ମରଶରୀରରେ ସହିଦଙ୍କ ଦାଦାଙ୍କ ପୁଅ ରାକେଶ କୁମାର ଦାସ ମୁଖାଗ୍ନି ଦେଇଛନ୍ତି। ମଶାଣିରେ ସହିଦଙ୍କ ଚିତା ଜଳୁଥିବା […]
ପଞ୍ଚଭୂତରେ ସରୋଜ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial