ରାଜ୍ୟ ସରକାରଙ୍କୁ ଚିଠି‌ ଲେଖିଲେ ଗଜପତି: ‘ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ଦିଅ’

ରାଜ୍ୟ ସରକାରଙ୍କୁ ଚିଠି‌ ଲେଖିଲେ ଗଜପତି

ପୁରୀ: ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଅ। ରାଜ୍ୟ ସରକାରଙ୍କୁ ଏଭଳି ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତି ମହାରାଜ ବି ଏ ପ୍ରସଙ୍ଗରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି। ଆଗାମୀ ଦିନରେ ହେବାକୁ ଥିବା ଶ୍ରୀମନ୍ଦିର ହେରିଟେଜ୍‌ କରିଡର୍‌ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆବଶ୍ୟକ ପରାମର୍ଶ ନେଇଥିବା ଜଣାପଡ଼ିଛି। ଗଣମାଧ୍ୟମକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସ୍ଥାୟୀ ପ୍ରଶାସନ ନିଯୁକ୍ତି ପାଇଁ କିଛିଦିନ ତଳେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏ ସମ୍ପର୍କରେ ସେ ତାଙ୍କ ସହ ଆଲୋଚନା କରିଥିଲେ। ଯେଉଁ ଚିଠିରେ‌ ସେ ଶ୍ରୀମନ୍ଦିର ସହ ସାକ୍ଷୀଗୋପାଳ ମନ୍ଦିରର ପରିଚାଳନା ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବାକୁ ଲେଖିଛନ୍ତି। ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟ ପୁରୀରେ ହେଉ ବୋଲି ମତ ଦେଇଛନ୍ତି। ଯଦ୍ୱାରା ଶ୍ରୀମନ୍ଦିରର ସୁପରିଚାଳନା ହୋଇପାରିବ। ରଥଯାତ୍ରାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ। ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ ହେଲେ, ସେ ଶ୍ରୀମନ୍ଦିର ପାଇଁ ଅଧିକ ସମୟ ଦେଇପାରିବେ। ଏ ସମ୍ପର୍କରେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ ଜନତା ପାର୍ଟିର ବି ଟିମ୍‌ ପାଲଟି ଯାଇଛି କଂଗ୍ରେସ: ବିଜେଡି

Thu Nov 11 , 2021
ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ତେବେ ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି। ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ହାତ ମିଳାଇ କଂଗ୍ରେସ ଶସ୍ତା ରାଜନୀତି କରୁଛି। […]
କଂଗ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial