ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ଜଗିବେ ୩୫ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର: ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏପରିକି ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଛି। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ରହିବେ। ଆଜି ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି, ଡିସିପି ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବିଧାନସଭା ପରିସର ଓ ବାହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଗୁଇନ୍ଦା ସୂଚନାକୁ ଗୁରୁତ୍ବ ଦେଇଛନ୍ତି। ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ଭଳି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଓସାଫ୍), ସ୍ପେସାଲ ଟାକ୍ଟିକାଲ୍ ୟୁନିଟ୍(ଏସଟିୟୁ), କୁଇକ୍ ରିଆକ୍ସନ ଟିମ୍, କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍(ସିଟିଏସ୍) ପ୍ରମୁଖ ସଜାଗ ରହିବେ। ଏହା ସହ ବମ୍ ସ୍କ୍ବାଡ୍‌ ଓ ଡଗ୍ ସ୍କ୍ବାଡ୍ ମଧ୍ୟ ରହିବେ। ବିଶେଷ କରି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିବା ଲୋକଙ୍କୁ ଜଗିବା ପାଇଁ ସାଦା ପୋଷାକଧାରୀ ପୁଲିସ ମୁତୟନ ରହିବେ। ସେମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ଉଭୟ ପୁଲିସର ଗୁଇନ୍ଦା ଓ ସ୍ପେସାଲ ବ୍ରାଞ୍ଚ କର୍ମଚାରୀ ସତର୍କ ରହିବେ। ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆରେ ଯେଉଁମାନେ ଯିବାକୁ ଉଦ୍ଦିଷ୍ଟ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରି ଛଡ଼ାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ସନାତନ ହତ୍ୟାକୁ ନେଇ ତୁମୁଳକାଣ୍ଡ: ହତ୍ୟା ଅଭିଯୁକ୍ତଙ୍କ ଘର ଛାର୍‌ଖାର୍‌

Wed Sep 1 , 2021
ରଘୁନାଥନଗରରେ ତୀବ୍ର ଉତ୍ତେଜନା, ପୁଲିସ ନାକେଦମ୍ ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରରେ ସନାତନ ରାଉତରାୟ(୨୨)ଙ୍କୁ ଚୋରା ମଦ ବେପାର କରୁଥିବା ରାଜା ଜୟସିଂହ ଓ ସେମାନଙ୍କ ସଂପର୍କୀୟମାନେ ମିଶି ନୃଶଂସ ଭାବେ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ପୁଣିଥରେ ରାଜାର ପରିବାର ସ୍ଥାନୀୟ ସ୍କୁଲ ପଡ଼ିଆ ନିକଟରେ ମଦର ପସରା ମେଲାଇଥିବା ଦେଖି ଏହା ବିସ୍ଫୋରକ ରୂପ […]
ସନାତନ ହତ୍ୟାକୁ ନେଇ ତୁମୁଳକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial