ଲଘୁଚାପ ପ୍ରଭାବରେ ଗୁରୁବାର ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଲାଗି ରହିବ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ଓଡ଼ିଶା ଓ ଦକ୍ଷିଣ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ କେତେକ ଜିଲ୍ଲା ଯେପରିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିପାଇଁ ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଅସରାଏ ଦୁଇ ଅସରା ବର୍ଷା ହେବ। ଅନ୍ୟପକ୍ଷରେ ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷା ପରିମାଣ କମିବା ଆଶା କରାଯାଉଛି। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି। ତେବେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନାହିଁ।

Share Now:

Kalinga News Beuro

Next Post

ସ୍ପାଇସଜେଟ୍ ଉପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ: ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅଧା ବିମାନର ଉଡାଣ ବନ୍ଦ

Wed Sep 21 , 2022
ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ ଏହି କଟକଣାର ସମୟସୀମାକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୨୯, ୨୦୨୨ ପର୍ଯ୍ୟନ୍ତ କମ୍ପାନିର ୫୦% ବିମାନ ଉଡ଼ାଣ କରିପାରିବ ନାହିଁ। […]
ସ୍ପାଇସଜେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial