କାଳବୈଶାଖୀ ଆଶଙ୍କା:ପାଣିପାଗ ବିଭାଗ

ଭୁବନେଶ୍ୱର : ଶନିବାରଠାରୁ ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବାର ବି ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ମାର୍ଚ୍ଚ ୩୧ରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ଝଡ଼ବର୍ଷାର ବି ଆଶଙ୍କା ରହିଛି। ଅପରାହ୍ନ ୩ଟାରୁ ରାତି ୮ଟା ମଧ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ। ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଆଜି ମାଲକାନଗିରି ଓ କନ୍ଧମାଳର କେତେକ ସ୍ଥାନରେ ବର୍ଷା ହୋଇଛି। ତେଣୁ ତାପମାତ୍ରା କମିଛି। ଗଜପତି ଜିଲ୍ଲାରେ କାଳବୈଶାଖୀ ହୋଇଛି। କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏପ୍ରିଲ ୪ରୁ ୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଆସନ୍ତା ୮ରୁ ୯ ତାରିଖ ଯାଏ ତାପମାତ୍ରା ବଢ଼ିବ ନାହିଁ। ୩ରୁ ୪ ଡିଗ୍ରି ହ୍ରାସ ପାଇବ। ପଶ୍ଚିମ ଓଡ଼ିଶାରେ କିନ୍ତୁ ତାପମାତ୍ରା ବିଶେଷ କମିବାର ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଏବେ ବି ତାତି ଜାରି ରହିଛି। ହୀରାକୁଦରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୪୧.୯ ଡିଗ୍ରି ରହିଥିବା ବେଳେ ସୋନପୁରରେ ୪୧.୨, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୪୧, ସମ୍ବଲପୁରରେ ୪୦.୮, ବଲାଙ୍ଗିରରେ ୪୦.୫ ଓ ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା। ଆଜି ମୋଟ ୧୭ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଅନୁଗୁଳ ଓ ତାଳଚେରରେ ତାପମାତ୍ରା ଟିକିଏ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୪ ଡିଗ୍ରିକୁ ଖସିଆସିଛି।

Share Now:

Kalinga News Beuro

Leave a Reply

Next Post

ଉତ୍କଳ ଦିବସରେ ଶିକ୍ଷକଙ୍କ ମହାସମାବେଶ:ଆନ୍ଦୋଳନ ବ୍ୟାପକ କରିବାକୁ ମିଳିତ ମଞ୍ଚର ନିଷ୍ପତ୍ତି

Sat Mar 31 , 2018
ଭୁବନେଶ୍ୱର : ଆନ୍ଦୋଳନ ଜାରି ରଖିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ରାତିଦିନ ଏକ କରି ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଲୋୟର ପିଏମ୍‌ଜିରେ ଧାରଣାରେ ବସିରହିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି। ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ବି ଧମକ ଦେଇଛନ୍ତି। ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି। ଏହାରି ଭିତରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial