ଜୁଲାଇ ସୁଦ୍ଧା ଭରତପୁର ଥାନାର କାମ ଆରମ୍ଭ : ନୂଆପଲ୍ଲୀକୁ ପାତରଅନ୍ତର କାହିଁକି?

ଭରତପୁର ଥାନା

ଭୁବନେଶ୍ୱର: ୨ଟି ନୂଆ ଥାନା ଗୃହ ତିଆରି ପାଇଁ ଚଳିତବର୍ଷ ପ୍ରାୟ ୪କୋଟି ଟଙ୍କା ଅନୁମୋଦନ ହୋଇଛି। ଭରତପୁର ଓ ନିକଟ ଅତୀତରେ ନୂଆ ଥାନା ଘୋଷଣା ହୋଇଥିବା ପାହାଳ ଥାନା ପାଇଁ ଟଙ୍କା ଆସିଥିବା ଜଣାଯାଇଛି। ଭରତପୁର ଥାନା ପାଇଁ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ପୁଲିସ ସେବା ଭବନ ଢାଞ୍ଚାରେ ଏହି ଥାନା ଦୁଇଟି ତିଆରି କରିବାକୁ ସ୍ଥିର ହୋଇଛି। ପାହାଳ ଥାନା ପାଇଁ ଟଙ୍କା ଆସିଥିଲେ ବି ବର୍ତ୍ତମାନ ସୁଦ୍ଧା ଜମି ଯୋଗାଇ ଦିଆଯାଇ ନଥିବାରୁ ଥାନାଗୃହ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଅପରପକ୍ଷେ ଚଳିତ ବର୍ଷ ବି ନୂଆପଲ୍ଲୀ ଥାନାକୁ ନିରାଶ ହେବାକୁ ପଡ଼ିଛି। ଦୀର୍ଘ ୧୪ବର୍ଷ ତଳୁ ପ୍ରଥମେ ନୂଆପଲ୍ଲୀ ଭୋଇ ସାହିରେ ଥାନା ତିଆରି କରିବାକୁ ସାଧାରଣ ପ୍ରଶାସନ ବିଭାଗ ଜମି ଯୋଗାଇଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଯୋଗୁଁ ଥାନା ତିଆରି ହୋଇପାରିନଥିଲା। ଫଳରେ ପୂର୍ବଭଳି ସରକାରୀ କ୍ବାର୍ଟର୍ସ‌ରେ ଥାନା ଚାଲିଛି। ୩ ବର୍ଷ ତଳେ ନାବାର୍ଡ ବ୍ୟାଙ୍କ୍ ନିକଟରେ ସାଧାରଣ ପ୍ରଶାସନ (ଜିଏ) ପକ୍ଷରୁ ଜମି ଯୋଗାଇ ଦିଆଯାଇଥିଲା। ଏହାକୁ ନୂଆପଲ୍ଲୀ ଥାନା ପୁଲିସ ଅକ୍ତିଆର ମଧ୍ୟ କରିଛି। ମାତ୍ର ଏବେ ସୁଦ୍ଧା ଗୃହ ବିଭାଗ ଓପିଏଚ୍‌ଡବ୍ଲୁସିକୁ ଘର ତିଆରି ପାଇଁ ଟଙ୍କା ଅନୁମୋଦନ କରୁନଥିବା ଜଣାପଡ଼ିଛି। ନୂଆପଲ୍ଲୀ ଥାନାରେ ପର୍ଯ୍ୟାପ୍ତ ଜାଗା ନଥିବାରୁ ଅପରାଧୀଙ୍କୁ ଆଣି ରଖିବା ଓ ଜେରା କରିବାରେ ନାନା ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ଥାନା ଜବତ କରୁଥିବା ଗାଡ଼ି ଓ ଷ୍ଟାଫ୍‌ଙ୍କ ପାର୍କିଂ ପାଇଁ ଜାଗା ନଥିବାରୁ ରାସ୍ତା ସମୁଖରେ ଗାଡ଼ିଗୁଡ଼ିକ ଗଦା ହୋଇ ରହୁଛି। ଅନେକ ସମୟରେ ଜବତ ଗାଡ଼ିରୁ ଯନ୍ତ୍ରାଂଶ ମଧ୍ୟ ଉଭାନ୍‌ ହୋଇଯାଉଥିବା ଅଭିଯୋଗ ହେଉଛି।

Share Now:

Kalinga News Beuro

Next Post

ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Tue Feb 1 , 2022
ମଧ୍ୟବିତ୍ତ ଲୋକଙ୍କ ପାଇଁ କେନ୍ଦ୍ର ବଜେଟ୍‌ରେ ବିଶେଷ କିଛି ନାହିଁ- ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ପ୍ରଶଂସା କରିଛନ୍ତି। କରୋନା ମହାମାରୀ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିକାଶରେ ଏହା ସହାୟକ ହେବ ହେବ […]
ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial