କୋକେଇରୁ ୪ଘଣ୍ଟା ପାଇଁ ଜୀବନ ଫେରିଲା

dead

ଭୁବନେଶ୍ୱର: ଧାରେ ନିଶ୍ୱାସ ପବନ ଉପରେ ନିର୍ଭରଶୀଳ ମଣିଷ ଜୀବନର ରହସ୍ୟ ବଡ଼ ଅବୁଝା, ବଡ଼ ଅଜବ। କୋକେଇ ବନ୍ଧା ହେଉ ଥିବା ସମୟରେ ହଠାତ୍ ମୃତକଙ୍କ ଜୀବନ ଫେରି ଆସିଥିଲା। କାନ୍ଦୁଥିବା ପରିବାର ତାହା ଦେଖି ହସି ଉଠିଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଗଲା। କିନ୍ତୁ ୪ ଘଣ୍ଟା ପରେ ଉକ୍ତ ବ୍ୟକ୍ତି ଜଣକ ହସ୍ପିଟାଲର ଆଇସିୟୁରେ ‘ପୁଣି’ ଶେଷ ନିଶ୍ୱାସ ତ୍ୟାଗ କଲେ। ଘଟଣାଥିଲା ଏମିତି, ଗତକାଲି ରାତିରେ ବଡ଼ଗଡ଼ ଗ୍ରାମର ମନୋଜ ଦାସ(୪୫)ଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଲକ୍ଷ୍ମୀସାଗର ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରିବା ସହିତ ତାଙ୍କୁ ଆଇସିୟୁ‌ରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ଚାଲିଥିବାବେଳେ ଗତକାଲି ଦିନ ଗୋଟାଏ ବେଳେ ହସ୍ପିଟାଲ ତରଫରୁ ମନୋଜଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ଶୁଣି ତାଙ୍କ ଆତ୍ମୀୟ ଲୋକେ ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ। ହସ୍ପିଟାଲରୁ ଶବକୁ ଘରକୁ ନିଆଯିବା ସହ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଲା। କିନ୍ତୁ ହଠାତ୍ ମନୋଜଙ୍କ ନିଶ୍ୱାସ ପ୍ରଶ୍ୱାସ ପୁଣି ଚାଲିବା ଦେଖା ଯାଇଥିଲା। ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରର ମୁହଁରେ ଆଶାର ହସ ଫୁଟି ଉଠିଥିଲା।
ପରିବାର ଲୋକ ତାଙ୍କୁ ପୁଣି ରବିଟକିଜ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାୟ ଦୁଇଘଣ୍ଟା ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର‌ରେ ରଖା ଯାଇଥିଲା। ତେବେ ସନ୍ଧ୍ୟା ୫ଟା ସମୟରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଲମ୍ବୋଦର ପଣ୍ଡା କହିଛନ୍ତି‌, ମନୋଜଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ କିଛି ସମୟ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

କେତେ ସୁରକ୍ଷିତ ଝାରପଡ଼ା ସ୍ୱତନ୍ତ୍ର କାରାଗାର?

Wed Oct 11 , 2023
ବାହାରୁ ଆସୁଛି ନିଶାଦ୍ରବ୍ୟ, ଖାଦ୍ୟ ଓ ମାରଣାସ୍ତ୍ର ଭୁବନେଶ୍ୱର: ରାଜ୍ୟର ସବୁଠୁ ହାଇ ପ୍ରୋଫାଇଲ ଓ ହାଇ ସିକ୍ୟୁରିଟି ଜେଲ୍ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏହି ଜେଲ୍‌ରେ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀ ଅଛନ୍ତି। ଅଛନ୍ତି ଆତଙ୍କବାଦ ଅଭିଯୁକ୍ତ, ଅନ୍ତର୍ଜାତୀୟ ଠକେଇ ଅଭିଯୁକ୍ତ ତଥା ରାଜନୈତିକ ତଥା ଅନ୍ୟ ଦୃଷ୍ଟିକୋଣରୁ ବିବାଦୀୟ କଏଦୀ- ଯେଉଁମାନଙ୍କ ଜୀବନ ପ୍ରତି ଅଛି ସାଂଘାତିକ ବିପଦ। […]
କେତେ ସୁରକ୍ଷିତ ଝାରପଡ଼ା ସ୍ବତନ୍ତ୍ର କାରାଗାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial