ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର : ଛାତ୍ରଛାତ୍ରୀ ସାଜୁଛନ୍ତି ଶ୍ରମିକ

ଭୁବନେଶ୍ୱର : ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ କହୁଛନ୍ତି। ଶିକ୍ଷକ ପଦ ପୂରଣ ହେବ, ସବୁ ସ୍କୁଲରେ ପାଚେରି, ପାନୀୟ ଜଳ ସୁବିଧା କରାଯିବା ନେଇ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ମନ୍ତ୍ରୀ ଓ ସଚିବଙ୍କ ଏହି ଭାଷଣ କେତେ କାମରେ ଲାଗୁଛି ତାହା ଏବେ ପଦାକୁ ଆସିଛି। ରାଜଧାନୀଠାରୁ ମାତ୍ର ୨୨ କିମି ଦୂରରେ ଥିବା ଏକ ସ୍କୁଲର ସ୍ଥିତିକୁ ଦେଖିଲେ ପ୍ରାଥମିକ ଶିକ୍ଷାର ବକଳ ଚିତ୍ର ପଦାରେ ପଡ଼ିଛି।
ଶୁକ୍ରବାର ସକାଳ ୯ଟା ୨୫ରେ ବାରଙ୍ଗ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିବା ବେଳେ ଛାତ୍ରଛାତ୍ରୀ ସାଜିଥିଲେ ଶ୍ରମିକ। ପାଠ ପଢ଼ିବା ସମୟରେ ସେମାନେ ସ୍କୁଲ ସମ୍ମୁଖ ସଫା କରୁଥିଲେ। ଶ୍ରମିକଙ୍କ ପରି ତଳେ ବସି ଘାଷ ଓପାଡ଼ୁଥିଲେ। ହାତରେ ମାଟି ସମତୁଲ କରୁଥିଲେ। ୧୫ରୁ ୨୦ ପିଲା ଏଭଳି କାର୍ଯ୍ୟରେ ଲାଗିଥିବା ବେଳେ ସ୍କୁଲ ବାରଣ୍ଡାରେ ଛିଡ଼ା ହୋଇଥିଲେ ଶିକ୍ଷକ। ପିଲାମାନଙ୍କୁ କ୍ୟାମ୍ପସ ସଫା କରିବାକୁ କହୁଥିଲେ। ଆମେ ଏହାର ଚିତ୍ର ଉତ୍ତୋଳନ କରିବା କ୍ଷଣି ପିଲାମାନେ ଶ୍ରେଣୀ ଗୃହକୁ ଦୌଡ଼ି ପଳାଇଥିଲେ।
ଏନେଇ ଶିକ୍ଷକଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ, ୫ଟି ଶ୍ରେଣୀରେ ୪୦ ଜଣ ପିଲା ପଢ଼ୁଛନ୍ତି। ସମସ୍ତେ ଆସୁଥିଲେ ମଧ୍ୟ ପଢ଼ାଇବାକୁ ମାତ୍ର ଦୁଇଟି ଘର ରହିଛି। ଦୁଇ ଜଣ ଶିକ୍ଷକ ଅଛନ୍ତି। ସ୍କୁଲର ପାଚେରି ନ ଥିବାରୁ ଗାଈ, ଗୋରୁ ପଶୁଛନ୍ତି। ବିପଦସଙ୍କୁଳ ଘରେ ମଧ୍ୟାହ୍ନଭୋଜନ ରନ୍ଧା ହେଉଥିଲା। ଏବେ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଥିବାରୁ ସେହି ଗୃହ ସେମିତି ରହିଛି। ସ୍କୁଲ୍‌କୁ ଲାଗି ଏହି ବିପଦସଙ୍କୁଳ ଘର ରହିଥିବାରୁ କେତେବେଳେ ଯେ ଭୁଶୁଡ଼ିପଡ଼ିବ ତାହା କେହି କହିପାରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ ବିଦ୍ୟାଳୟ ବାରଣ୍ଡାରେ ଏକ ସାପ ବୁଲୁଥିଲା। କାଳେ ଭବିଷ୍ୟତରେ କିଛି ଅଘଟଣ ଘଟିବ ସେଥିପାଇଁ ପିଲାମାନେ କ୍ୟାମ୍ପସ ସଫା କରୁଥିଲେ ବୋଲି ଶିକ୍ଷକ ଜଣକ ସଫେଇ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଧାମନଗର ଡବଲ ମର୍ଡର, ଦୁଷ୍କର୍ମ ଘଟଣା:କଲଭର୍ଟ ତଳୁ ମିଳିଲା ଧରମବାପାଙ୍କ ମୃତଦେହ

Tue Jul 31 , 2018
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମର ରବୀନ୍ଦ୍ର ବେହୁରିଆଙ୍କ ପତ୍ନୀ ଭକ୍ତିଲତାଙ୍କୁ ଶିଳପୁଆରେ ଛେଛି ହତ୍ୟା କରିବା ପରେ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ଗ୍ରାମର କୁଳମଣି ମହାନ୍ତିଙ୍କ ପୁଅ ଗୋପୀନାଥ ଓରଫ ବବୁଆ(୨୮ ବର୍ଷ) । ତେବେ ଏହି ଅଘଟଣ ପୂର୍ବରୁ ନିଖୋଜ ଥିବା ରବୀନ୍ଦ୍ରଙ୍କ ସମ୍ପର୍କରେ ପୁଲିସ ବିଭିନ୍ନ ସନ୍ଦେହ କରୁଥିବା ବେଳେ ହତ୍ୟା ଓ ଦୁଷ୍କର୍ମ କରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial