ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

ଝାରସୁଗଡ଼ା: ଭୁଶୁଡି ପାଉଁଶ ପୋଖରୀ। ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି। ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ ମାଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବାବେଳେ ଏବେ ଗାଁମୁହା ହେଲାଣି ସ୍ଲରି। ଭୟଭୀତ ଗ୍ରାମବାସୀମାନେ ଜିନିଷପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି।

Share Now:

Kalinga News Beuro

Next Post

ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା : ୧୪୮ ନୂଆ ସଂକ୍ରମିତ

Sat Dec 9 , 2023
ନୂଆଦିଲ୍ଲୀ: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି। ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି। ଏହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଥରେ ଚିନ୍ତା ଦେଖାଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଟିଏ ଦିନରେ ୧୪୮ ନୂଆ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial