ୟୁଭି-୬ ବୁର୍ଜା ଗାଁରେ ଭାଲୁ ଆତଙ୍କ : ଲୋକେ ଭୟଭୀତ

ଭାଲୁ ଆତଙ୍କ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁଭି-୬ ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣ। ପଡ଼ିଛି। ତେଣେ ସକାଳେ ଲୋକେ ଭାବିଲେ ଭାଲୁ ବୋଧେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବ। ଠିକ୍ ସକାଳେ ଗାଁର ୨ ମହିଳା ଗାଁଦାଣ୍ଡରେ ଭାଲୁ କଥା ହେଉଥିବା ବେଳେ, ୨ଟି ତାଙ୍କ ପଛରେ ଠିଆ ହେଇଥିବା ଦେଖି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ପରେ ଗାଁ ଲୋକ ସମସ୍ତେ ଭାଲୁକୁ ଗୌଡ଼ାଇ ଥିଲେ। ଫଳରେ ମା ଓ ଛୁଆଁ ଭାଲୁ ଗ୍ରାମକୁ ଲାଗିଥିବା ମୃତମ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଭାଲୁ ଗାଁରେ ପଶିବା ନେଇ ବୁର୍ଜା ଗ୍ରାମବାସୀ ଭୟଭୀତ ହେଇପଡ଼ିଛନ୍ତି। ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ଭାଲୁର ଦୌରାତ୍ମ୍ୟ ବଢିବାରେ ଲାଗିଛି। ସୂଚନାଯୋଗ୍ୟ ୩ ଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟା ନଇଁବା ମାତ୍ରେ ମା ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସୁଥିବା ଜଣାପଡିଥିଲା। ଗତ ଶୁକ୍ରବାର ରାତିରେ ଏଭଳି ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।

Share Now:

Kalinga News Beuro

Next Post

ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ନାମାଙ୍କନ ଦାଖଲ କଲେ ୧୩,୩୫୬ ପ୍ରାର୍ଥୀ

Tue Jan 18 , 2022
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ପକ୍ଷରୁ ଏହି […]
ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial