ହିନ୍ଦୋଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ଗୁରିଲୋ ଗ୍ରାମର ସୁରେଇ ସାମଲ (୬୮) ନିଜ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ସମୟରେ ସକାଳ ୭ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। କାଜୁ ତୋଳୁଥିବା ସମୟରେ ପଛ ପାଖରୁ ଆସି ହାତୀ ଆକ୍ରମଣ କରିବାରୁ ଗୁରୁତର ହୋଇଥିଲେ। ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ଫାଇଲ ହଜିବା ପ୍ରସଙ୍ଗ : କ୍ୟାପିଟାଲ ଥାନାରେ ଅଭିଯୋଗ କଲା ବିଜେପି

Fri Apr 21 , 2023
ଭୁବନେଶ୍ୱର: ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାକୁ ଯାଇଛି ବିଜେପି। ଆଜି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳ ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କରିଥିବା ଜଣାଯାଇଛି। ଏନେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଚାବି ମଧ୍ୟ ହଜିଯାଇଛି ବୋଲି ଆଗରୁ କହୁଥିଲେ। ପୁଣି ସରକାର କହିଲେ ମିଳିଗଲା। ପରେ ପୁଣି କୁହାଗଲା ଯେ […]
ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial