ଶ୍ରୀମନ୍ଦିର ଫାଇଲ ହଜିବା ପ୍ରସଙ୍ଗ : କ୍ୟାପିଟାଲ ଥାନାରେ ଅଭିଯୋଗ କଲା ବିଜେପି

ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗ

ଭୁବନେଶ୍ୱର: ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାକୁ ଯାଇଛି ବିଜେପି। ଆଜି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳ ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କରିଥିବା ଜଣାଯାଇଛି। ଏନେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଚାବି ମଧ୍ୟ ହଜିଯାଇଛି ବୋଲି ଆଗରୁ କହୁଥିଲେ। ପୁଣି ସରକାର କହିଲେ ମିଳିଗଲା। ପରେ ପୁଣି କୁହାଗଲା ଯେ ଡୁପ୍ଲିକେଟ ଚାବି ମିଳିଛି, ତେଣୁ ରତ୍ନଭଣ୍ଡାର ଚାବି ଭଳି ଫାଇଲ ମଧ୍ୟ ଡୁପ୍ଲିକେଟ ହୋଇଥିବ ବୋଲି ବିଜେପି ସନ୍ଦେହ କରୁଛି। ସୁପ୍ରିମକୋର୍ଟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ରାଜ୍ୟ ସରକାର ନିଯୁକ୍ତ କରୁନାହାନ୍ତି। ତେଣୁ ଶ୍ରୀମନ୍ଦିର ଯେଉଁ କେଳେଙ୍କାରୀ ଗୁଡ଼ିକ କରିଛନ୍ତି, ସେଗୁଡିକୁ ଲୁଚାଇବା ପାଇଁ ଏ ସବୁ ପ୍ରହସନ କରାଯାଉଛି।
ଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଅନେକ ତଥ୍ୟ ଅଛି। ପୁରୀରେ ବେଦାନ୍ତର ପ୍ରସଙ୍ଗ ଅଛି, ଓଡ଼ିଶା ସରକାରଙ୍କୁ ବେଦାନ୍ତ କେସରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଅମୃତମହଣି ଜମି ଅଧିଗ୍ରହଣ ବିଷୟରେ ଅନେକ ନେଗେଟିଭ କମେଣ୍ଟ ସୁପ୍ରିମକୋର୍ଟ ଦେଇଛନ୍ତି। ତେଣୁ ସନ୍ଦେହ ହେଉଛି, ଯେ ହଜିଥିବା ଫାଇଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କର କିଛି ନୋଟିଂସ୍ ଥାଇପାରେ। କାରଣ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯଦି ଏସବୁ କଥା ଲୋକଲୋଚନକୁ ଆସେ ତେବେ ଓଡ଼ିଶା ସରକାର ଆହୁରି ବଦନାମ ହେବାର ସମ୍ଭାବନା ଅଛି। ତେଣୁ ଫାଇଲଗୁଡ଼ିକୁ ଜାଣିଶୁଣି ହଜେଇ ଦିଆଯାଇଛି। ଫାଇଲ ହଜି ନାହିଁ ବରଂ ଜାଣିଶୁଣି ଫାଇଲ ଗାଏବ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଲୋକସେବା ଭବନରୁ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପର୍କିତ ୨ଟି ଫାଇଲ ହଜିଥିଲା। ଯଦି ଆଇନ ବିଭାଗ ପାଖରେ ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଫାଇଲ ମିଳୁନାହିଁ, ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ।

Share Now:

Kalinga News Beuro

Next Post

‘ଏଲ୍‌ ନିନୋ’ ପାଇଁ ଚଳିତ ବର୍ଷ ରେକର୍ଡ ତାପମାତ୍ରାର ସମୁଖୀନ ହୋଇପାରେ ବିଶ୍ବ

Fri Apr 21 , 2023
ବ୍ରୁସେଲ୍‌ଜ୍‌: ଜଳବାୟୁ ପରିବର୍ତ୍ତନ ଏବଂ ‘ଏଲ୍‌ ନିନୋ’ ଫେରୁଥିବାରୁ ୨୦୨୩ କିମ୍ବା ୨୦୨୪ରେ ବିଶ୍ବର ସ୍ବାଭାବିକ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ କହୁଛନ୍ତି। ‘ଜଳବାୟୁ ମଡେଲ୍‌’ ଅନୁସାରେ, ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ପାଣିପାଗ ଢାଞ୍ଚା ୩ ବର୍ଷ ରହିବା ପରେ ଏବେ ସେଠାକୁ ‘ଏଲ୍‌ ନିନୋ’ ଫେରୁଛି। ତେଣୁ, ବିଶ୍ବ ତାପମାତ୍ରା ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ, ‘ଲା ନିନା’ ସାଧାରଣତଃ ବିଶ୍ବ ତାପମାତ୍ରାକୁ […]
‘ଏଲ୍‌ ନିନୋ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial