ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଲେ ରାଜ୍ୟ ସରକାର

ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି

ଭୁବନେଶ୍ବର: ଆଜିଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଏନେଇ ନୂତନ ଗାଇଡଲାଇନ୍ ଜାରି କରାଯାଇଛି। ଏସବୁ ଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପ୍ରଶାସନ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଅନଲାଇନ୍ ବା ଅଧିକସଂଖ୍ୟକ କାଉଣ୍ଟରରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ରତ୍ନଭଣ୍ଡାର ଚାବିର ରହସ୍ୟ ଆଉ କେତେଦିନ…?

Sat Nov 20 , 2021
ପୁରୀ : ବିପଦ ଶଙ୍କୁଳ ରତ୍ନଭଣ୍ଡାରର ମରାମତି, ଏଥିରେ ଥିବା ରତ୍ନ ଅଳଙ୍କାରର ଗଣତି ଓ ଏହାର ଚାବି ହଜିବା, ସବୁକିଛି ରହସ୍ୟ ଭିତରେ ରହିଛି। ତେବେ ଅଧିକ ରହସ୍ୟଜନକ ହୋଇପଡ଼ିଛି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ। ସାଢ଼େ ୩ ବର୍ଷ ପରେ ବି ଭକ୍ତ ମହଲ ଏହାକୁ ନେଇ ଅନ୍ଧାର ଭିତରେ ରହିଛନ୍ତି। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ପାଇଁ ଗଠିତ ୧୭ଜଣିଆ କମିଟି ଯେ ହାଇଡ୍ରାମା କରିଥିଲେ, […]
ଶ୍ରୀମନ୍ଦିରରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial