ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ

ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରୁଥିଲେ।
ମେଡିକାଲ ଅଧୀକ୍ଷକ ଡ ଦିଲ୍ଲୀପ କୁମାର ପରିଡ଼ା, ଡ ଜେ ଏସ ପିଲ୍ଲାଇ, ଡ ପ୍ରଭାସ ରଞ୍ଜନ ତ୍ରିପାଠୀ, ଡ ମନୋଜ କୁମାର ମହାନ୍ତି, ଡ ସୌଭାଗ୍ୟ କୁମାର ଜେନା, ଡ ଅଶୋକ କୁମାର ଜେନା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, କର୍ମଚାରୀ ସାମିଲ ଥିଲେ।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Sun Oct 1 , 2023
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା […]
୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial