କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ

‘ସୂର୍ଯ୍ୟକିରଣ’ ଏୟାର ସୋ’

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିଛି। ଶୁକ୍ରବାର (ସେପ୍ଟେମ୍ବର ୧୬)ରେ ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି। ଏହି ହକ ବିମାନର ବ୍ୟବହାର କଣ ରହିଛି, ଦେଖାଯାଉଥିବା ସୋ’ର ପ୍ରତିଟି କୌଶଳକୁ କଣ କୁହାଯାଏ, ପାଇଲଟମାନଙ୍କ ଉପରେ କେତେ ଚାପ ଥାଏ ଏହା ଉପରେ ସୁଚନା ଦେଇଛନ୍ତି ଲେଫ୍ଟନାଣ୍ଟ ମିହିର ରଞ୍ଜନ। ସୂଚନାଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି। ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ।
ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି। ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏହି ଅବସରରେ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆର ଆବାହକ ଯଶୋବନ୍ତ ଓଝା ମଧ୍ୟ ଉପସ୍ଥିତ ଥିଲେ। ଏହି ସୋ’ ପାଇଁ ଲୋକମାନେ ଉତ୍ସାହିତ ଥିବା ବେଳେ ଯେମିତି କୌଣସି ସମସ୍ୟା ନହୁଏ ତେଣୁ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରାଯାଉଥିବା ଡିସିପି କହିଛନ୍ତି।

Share Now:

Kalinga News Beuro

Next Post

ରାହୁଲ ଗାନ୍ଧିଙ୍କ ପରି ମୁଁ ବ୍ୟକ୍ତିଗତ ଆକ୍ରମଣ କରେନା: ଗୁଲାମ ନବୀ

Thu Sep 15 , 2022
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସଦ୍ୟ କଟାକ୍ଷ କରିଛନ୍ତି। ଆଜାଦ କହିଛନ୍ତି, ରାହୁଲ ଗାନ୍ଧିଙ୍କ ପରି ସେ କେବେ ବ୍ୟକ୍ତିଗତ ଆକ୍ରମଣ କରନ୍ତିନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ସେ ସେ ଦୀର୍ଘ ୭ ବର୍ଷ ଧରି ବିରୋଧୀ ଦଳ ନେତାଭାବେ ସମାଲୋଚନା କରିଛନ୍ତି କିନ୍ତୁ ସେ କେବେ ବି ବ୍ୟକ୍ତିଗତ ଆକ୍ରମଣ କରିନାହାନ୍ତି। କଶ୍ମୀର ନ୍ୟୁଜ୍‌ […]
ଗୁଲାମ ନବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial