ଏମ୍‌କେସିଜିରୁ ଡିସଚାର୍ଜ ହେଲା କାହ୍ନା

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଲୋମଶ ବାଳକ କାହ୍ନାକୁ ଆଜି ଡିସଚାର୍ଜ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ତାକୁ ଆଇସିୟୁରେ ରଖା ଯାଇଥିଲା। ତା’ପରେ ଗତ ୨୩ ତାରିଖରୁ ତାକୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଅଣା ଯାଇଥିଲା। ସେଠାରେ ପ୍ରାୟ ୨ସପ୍ତାହ ରହିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କାହ୍ନା ମେଡିକାଲରୁ ଘରକୁ ଫେରିଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ କାହ୍ନା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା.ଚରଣ ପଣ୍ଡା ସୂଚନା ଦେଇଛନ୍ତି। ୩ ମାସ ପରେ ବିଭାଗୀୟ ଡାକ୍ତରଙ୍କ ପରାମର୍ଶ ଓ ପରିବାର ବର୍ଗଙ୍କ ସହମତି କ୍ରମେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ମୁହଁରେ ଯେଉଁ ଲୋମଶ ଅଂଶ ଥିଲା ତାହା ଆଉ ନାହିଁ। କେବଳ କଳା ଚିହ୍ନ ରହିଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଧସିଲା ରାସ୍ତା, ହେଲା ସୁଡ଼ଙ୍ଗ

Sat Sep 8 , 2018
ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାସ୍ତାରେ ଘଳିଆ ସୃଷ୍ଟି ହୋଇ ଆଜି ଏକ ଅଘଟଣ ଘଟିଛି। ନିକୋ ପାର୍କ ରାସ୍ତା ସୁନାଦେଈ ମନ୍ଦିର ନିକଟରେ ରାସ୍ତା ୫ଫୁଟ ଧସିଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଏକ କାର୍‌ ସେଇ ରାସ୍ତା ବାଟ ଦେଇ ଅତିକ୍ରମ କରିବା ବେଳେ ରାସ୍ତା ଧସି ଯାଇଥିଲା। ସୌଭାଗ୍ୟବଶତଃ ସେହି ନିର୍ଦିଷ୍ଟ ସମୟରେ କେହି ରାସ୍ତାରେ ଯାଉ ନଥିବାରୁ ବଡ଼ ଦୁର୍ଘଟଣା ଘଟି ନଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial