ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର : କୁଳପତିଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ଏହି ସମ୍ମିଳନୀରେ ସଭାପତିତ୍ୱ କରୁଛନ୍ତି। ଏହି ସମ୍ମିଳନୀରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହେବ। ଏଥିସହ ପରୀକ୍ଷା ଆୟୋଜନ, ଫଳ ପ୍ରକାଶନ ଏବଂ ପ୍ରମାଣପତ୍ର ବିତରଣ ପ୍ରଭୃତିକୁ ପ୍ରାଥମିକତା ଦିଆଯିବ। ସେହିପରି ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକ୍ରମ, ଶୈକ୍ଷିକ ବାତବରଣରେ ଉନ୍ନତି, ବିଶ୍ଵବିଦ୍ୟାଳୟରେ ସିଏଏସ୍ ପ୍ରମୋସନ୍ ଆୟୋଜନ ସମ୍ପର୍କରେ ଆଲୋଚନା କରାଯିବ। ଏହା ସହ ବିଭିନ୍ନ ପ୍ରସଙ୍ଗରେ କୁଳପତିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ପ୍ରଥମ କୁଳପତି ସମ୍ମିଳନୀ।

Share Now:

Kalinga News Beuro

Next Post

‘ସାରା ସହରକୁ ବ୍ୟାପିଲା ଦୁର୍ଗନ୍ଧ' : ଦ୍ଵିତୀୟ ଦିନରେ ବିଜେପିର ସତ୍ୟାଗ୍ରହ

Thu Nov 30 , 2023
ଚନ୍ଦ୍ରଶେଖରପୁର: ଗାଡ଼କଣସ୍ଥିତ ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଗାଡ଼କଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ନଗର ବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା। ଏବେ ଏହା ସାରା ସହରକୁ ବ୍ୟାପିଲାଣି। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ବମିଖାଲ, ୟୁନିଟ୍‌-୯, ସହିଦନଗର, ସତ୍ୟନଗର, ଭୋଇସାହି, ଜୟଦେବ ବିହାର, ପଳାସୁଣି, ଚକେଶସିଆଣି ପରି ଅଞ୍ଚଳବାସୀ ମଧ୍ୟ ଏବେ ଦୁର୍ଗନ୍ଧରେ ବଞ୍ଚୁଛନ୍ତି। ବିଜେପି ବାରମ୍ବାର ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial