‘ସାରା ସହରକୁ ବ୍ୟାପିଲା ଦୁର୍ଗନ୍ଧ’ : ଦ୍ଵିତୀୟ ଦିନରେ ବିଜେପିର ସତ୍ୟାଗ୍ରହ

ଚନ୍ଦ୍ରଶେଖରପୁର: ଗାଡ଼କଣସ୍ଥିତ ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଗାଡ଼କଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ନଗର ବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା। ଏବେ ଏହା ସାରା ସହରକୁ ବ୍ୟାପିଲାଣି। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ବମିଖାଲ, ୟୁନିଟ୍‌-୯, ସହିଦନଗର, ସତ୍ୟନଗର, ଭୋଇସାହି, ଜୟଦେବ ବିହାର, ପଳାସୁଣି, ଚକେଶସିଆଣି ପରି ଅଞ୍ଚଳବାସୀ ମଧ୍ୟ ଏବେ ଦୁର୍ଗନ୍ଧରେ ବଞ୍ଚୁଛନ୍ତି। ବିଜେପି ବାରମ୍ବାର ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ଏଥର କଠୋର ନିଷ୍ପତ୍ତି ନିଆଯାଇଛି। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ନ କରିଛନ୍ତି, ସେପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ସେ ଆହୁରି କହିଛନ୍ତି, ବିଏମ୍‌ସି ଲୋକଙ୍କଠାରୁ ଟିକସ ନେଇ ନିଜ ଦାୟିତ୍ୱ ଭୁଲି ଯାଇଛି। ଡମ୍ପିଂୟାର୍ଡର ଅସୁସ୍ଥ ପରିବେଶ, ବାୟୁ ପ୍ରଦୂଷଣ ଓ ଅସହ୍ୟ ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଘର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି। ସରକାର ଆଉ ଭୁବନେଶ୍ୱରବାସୀଙ୍କ ଦୁଃଖ ଓ ଧୈର୍ଯ୍ୟର ସୀମାକୁ ପରୀକ୍ଷା ନକରି ସୁବ୍ୟବସ୍ଥା କରନ୍ତୁ। ସହରଠାରୁ ଦୂରରେ ଡମ୍ପିଂୟାର୍ଡ ପ୍ରସ୍ତୁତ କରନ୍ତୁ, ନ ହେଲେ ଆଗକୁ ଯେଉଁ ଭୟଙ୍କର ଆନ୍ଦୋଳନ ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜି ଦ୍ୱିତୀୟ ଦିନର ସତ୍ୟାଗ୍ରହରେ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ମନ୍ଧେକ୍ସ ମହାପାତ୍ର, ବରିଷ୍ଠ ନେତା ଭୂବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାସିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିଦ୍ଦିକ ଅହମ୍ମଦ ଖାଁ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି ଓ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଆଜି ବିଶ୍ୱ ଏଡ୍‌ସଦିବସ : ୨୦୩୦ ସୁଦ୍ଧା ଏଡ୍‌ସକୁ ଜନ ସ୍ୱାସ୍ଥ୍ୟ ବିପଦ ଭାବେ ସମାପ୍ତ କରାଯିବ

Fri Dec 1 , 2023
ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଏଡ୍‌ସଦିବସ। ଏଚ୍‌ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍‌ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍‌ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଲୋକମାନଙ୍କ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial