ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ

ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ

ରାଉରକେଲା: ସେକ୍ଟର ୧୫ ମାର୍କେଟ ନିକଟ ପଡ଼ିଆରେ ଖୋଲା ଯାଉଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ମହିଳା ଓ ମାତୃଶକ୍ତି ମହିଳା ସମିତି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମଦ ଦୋକାନ ଖୋଲିଲେ ଶତାଧିକ ମହିଳା ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତିl ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି l ସେକ୍ଟର ୧୫ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି l ପୂର୍ଵରୁ ଏହି ସ୍ଥାନରେ ଏକ ବିଦେଶୀ ମଦ ଦୋକାନ ଖୋଲା ଯାଇଥିଲା l ନିକଟରେ ଏହି ଦୋକାନର ଲାଇସେନ୍ସ ବାତିଲ ହେବା ପରେ ଅନ୍ୟ ଜଣେ ବେପାରୀଙ୍କୁ ସେଠାରେ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମିଳିଛି l ନିକଟରେ ସେକ୍ଟର -୨ରେ ଖୋଲାଯିବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା କଡ଼ା ବିରୋଧ କରିଥିଲେ l

Share Now:

Kalinga News Beuro

Next Post

ଚାଇନାରେ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ

Tue Jun 1 , 2021
ବେଜିଂ : ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ‌ଯେ, ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ବାର୍ଡ ଫ୍ଲୁର ଏଚ୧୦ଏନ୍୩ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଚିକିତ୍ସା ପରେ ଉକ୍ତି ବ୍ୟକ୍ତିଙ୍କ ଶରୀର ଅବସ୍ଥା ସ୍ଥିର ରହିଛି। ଆଶ୍ବସ୍ତିର କଥା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେହି ବି ଏଥିରେ ସଂକ୍ରମିତ ହୋଇ […]
ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial