ଚାଇନାରେ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ

ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ

ବେଜିଂ : ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ‌ଯେ, ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ବାର୍ଡ ଫ୍ଲୁର ଏଚ୧୦ଏନ୍୩ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଚିକିତ୍ସା ପରେ ଉକ୍ତି ବ୍ୟକ୍ତିଙ୍କ ଶରୀର ଅବସ୍ଥା ସ୍ଥିର ରହିଛି। ଆଶ୍ବସ୍ତିର କଥା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେହି ବି ଏଥିରେ ସଂକ୍ରମିତ ହୋଇ ନ ଥିବା ରିପୋର୍ଟରୁ ପ୍ରକାଶ। ଚାଇନା ଅଧିକାରୀଙ୍କ କହିବାନୁସାରେ, ଚାଇନାର ଜୋନଜିଆଙ୍ଗର ବାସିନ୍ଦା କିଛିଦିନ ତଳେ ଜ୍ୱରରେ ପୀଡିତ ହୋଇଥିଲେ। ଏଥିସହିତ ତାଙ୍କ ଶରୀରରେ ଅନ୍ୟାନ୍ୟ ଲକ୍ଷଣ ଦେଖାଦେବା ପରେ ଗତ ଏପ୍ରିଲ ୨୮ରେ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମେ ୨୮ରେ ଏଚ୧୦ଏନ୍୩ ଷ୍ଟ୍ରେନ୍ ଏହି ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଥିଲା। ତେବେ ଏହି ବ୍ୟକ୍ତି କିପରି ଏଥିରେ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ ଏନଏଚସି କୌଣସି ସୂଚନା ଦେଇନାହିଁ । ତେବେ ଏହି ଭାଇରସ୍ ଷ୍ଟ୍ରେନକୁ ବ୍ୟାପକ ପରିମାଣରେ ବିସ୍ତାର କରିବାର ସମ୍ଭାବନା କମ୍ ରହିଥିବା ବି‌ଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।

Share Now:

Kalinga News Beuro

Next Post

ଥିଙ୍କରସ କ୍ଲବ ପକ୍ଷରୁ ବୈଦିକ ବିଚାର-"ଜୀବନର ଲକ୍ଷ"

Tue Jun 1 , 2021
ଭୁବନେଶ୍ୱର: ମଣିଷ ଜନ୍ମରୁ ମୃତ୍ୟୁ ହେଉଛି ଜୀବନ। ବୈଦିକ ବିଚାର ଅନୁଯାୟୀ ଜୀବନର ଲକ୍ଷ ହେଲା ମୋକ୍ଷପ୍ରାପ୍ତି। ସେଥିପାଇଁ କର୍ମ, ଅଷ୍ଟାଙ୍ଗଯୋଗ ସାଧନା, ପରୋପକାର, ସତକର୍ମ, ପୁଣ୍ୟକର୍ମ ଆଦିଦ୍ୱାରା ମୋକ୍ଷପ୍ରାପ୍ତି ସମ୍ଭବ ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଥିଙ୍କରସ କ୍ଲବ ପକ୍ଷରୁ ଅନୁଷ୍ଠିତ ୩ୟ ୱେବିନାର ମାଧ୍ୟମରେ କହିଛନ୍ତି। ଗତକାଲି ରାତ୍ର ଘ.୮:୩୦ ରୁ ଘ.୧୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ୱେବିନାରରେ ବିଶ୍ୱର ବିଭିନ୍ନ ଓଡ଼ିଆ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ […]
ଥିଙ୍କରସ କ୍ଲବ ପକ୍ଷରୁ ବୈଦିକ ବିଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial