ଥିଙ୍କରସ କ୍ଲବ ପକ୍ଷରୁ ବୈଦିକ ବିଚାର-“ଜୀବନର ଲକ୍ଷ”

ଥିଙ୍କରସ କ୍ଲବ ପକ୍ଷରୁ ବୈଦିକ ବିଚାର

ଭୁବନେଶ୍ୱର: ମଣିଷ ଜନ୍ମରୁ ମୃତ୍ୟୁ ହେଉଛି ଜୀବନ। ବୈଦିକ ବିଚାର ଅନୁଯାୟୀ ଜୀବନର ଲକ୍ଷ ହେଲା ମୋକ୍ଷପ୍ରାପ୍ତି। ସେଥିପାଇଁ କର୍ମ, ଅଷ୍ଟାଙ୍ଗଯୋଗ ସାଧନା, ପରୋପକାର, ସତକର୍ମ, ପୁଣ୍ୟକର୍ମ ଆଦିଦ୍ୱାରା ମୋକ୍ଷପ୍ରାପ୍ତି ସମ୍ଭବ ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଥିଙ୍କରସ କ୍ଲବ ପକ୍ଷରୁ ଅନୁଷ୍ଠିତ ୩ୟ ୱେବିନାର ମାଧ୍ୟମରେ କହିଛନ୍ତି। ଗତକାଲି ରାତ୍ର ଘ.୮:୩୦ ରୁ ଘ.୧୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ୱେବିନାରରେ ବିଶ୍ୱର ବିଭିନ୍ନ ଓଡ଼ିଆ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କ ସନ୍ଦେହ ଦୂର କରିଥିଲେ। ପୂର୍ବତ୍ତନ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଥିଙ୍କରସ କ୍ଲବର ସଂଯୋଜକ ବରଦା ପ୍ରସନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବିନାରରେ ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକ ଆଲୋଚନା ବିଶ୍ୱରେ ବାସ କରୁଥିବା ଓଡ଼ିଆ ଭାଇଭଉଣୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ୟୁକେରୁ ଡାକ୍ତର କଳ୍ପନା ମିଶ୍ର ,ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, କାନଡ଼ାରୁ ଡଃ ତନ୍ମୟ ପଣ୍ଡା, ଦୁବାଇରୁ ପ୍ରିତିଶ ଦାଶ, କୁଏତରୁ ତୁଷାର ମିଶ୍ର, ଚେନାଇରୁ ଶାନ୍ତନୁ ଜେନା, ବେଙ୍ଗାଲୁରୁରୁ ମନୋଜ ପାତ୍ର, ବମ୍ବେରୁ ଡଃ ପି କେ ମହାରଣା, ଦିଲ୍ଲୀରୁ ପୁଷ୍ପାଞ୍ଜଳି ବାରିକ, ପ୍ରମୋଦ ସୁତାର ଆଦି ବିଳମ୍ବିତ ରାତ୍ରି ଯାଏଁ ରହି ଅଂଶଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

ଦେଢ଼ ଲକ୍ଷ ତଳେ ଦୈନିକ କରୋନା ସଂକ୍ରମଣ : ୨୪ ଘଣ୍ଟାରେ ନୂଆ ୧ ଲକ୍ଷ ୨୭ ହଜାର ପଜିଟିଭ ଚିହ୍ନଟ

Tue Jun 1 , 2021
ନୂଆଦିଲ୍ଲୀ: ଦେଶରେ କରୋନା କୋପ କମିବାରେ ଲାଗିଛି। ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ ଲକ୍ଷର ଯଥେଷ୍ଟ ତଳେ ରହିଥିଲା। ତେବେ ଆଜି କରୋନା ସଂକ୍ରମଣ ୧ ଲକ୍ଷ ୩୦ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ […]
ଦେଢ଼ ଲକ୍ଷ ତଳେ ଦୈନିକ କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial