ମା’ଙ୍କ ଧରାବତରଣ ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ

ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ

ଘରେ ପହଞ୍ଚିବ ମା’ଙ୍କ ଖେଚୁଡ଼ି ଭୋଗ

ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିଛି ଚକେଇସିଆଣି ଦୁର୍ଗାପୂଜା। ଏଠାରେ ମା’ଙ୍କ ପୂଜା ବିଧି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିଲେ ହେଁ କିଛି ସ୍ବତନ୍ତ୍ରତା ରହିଛି। ମହାଷ୍ଟମୀ ପୂଜାରେ ଅନ୍ୟ ପୂଜାମଣ୍ଡପ ଭଳି ଏଠାରେ ବି ମା’ଙ୍କ ପାଖରେ ପାଣିକଖାରୁ ବଳି ପଡ଼ିବା ବିଧି ରହିଛି। କିନ୍ତୁ ଏଠାରେ ଏହି ତିଥି ପୂଜାରେ ମା’ଙ୍କୁ ଡାଲା ଭୋଗ ଲାଗି ହେବା ଏକ ନିଆରା ପରମ୍ପରା‌। ସ୍ଥାନୀୟ ଶତାଧିକ ଶ୍ରଦ୍ଧାଳୁ ବଡ଼ବଡ଼ ବାଉଁଶ ଡାଲାରେ କୋରାଖଇ, ଚୁଡ଼ାଘଷା ଓ ବିଭିନ୍ନ ଫଳମୂଳ ସଜେଇ ମା’ଙ୍କୁ ସମର୍ପଣ କରନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ମଣ୍ଡପକୁ ଆସିବାକୁ ବାରଣ କରାଯାଇଛି। ତେଣୁ ଏଥର ମା’ଙ୍କୁ ସାମୂହିକ ଭାବେ ସମସ୍ତଙ୍କ ତରଫରୁ ଗୋଟିଏ ଡାଲା ଭୋଗ ଲାଗି କରାଯିବ। ଏଥିସହିତ ପାରମ୍ପରିକ ଭାବେ ନବମୀରେ ଖେଚୁଡ଼ି ଡାଲମା ଓ ଦଶମୀରେ ଦହିପଖାଳ ଶାଗ ଭଜା ଭୋଗ ଲାଗି କରାଯିବ। ନବମୀ ପୂଜାରେ ପାଖାପାଖି ୩ ହଜାର ଲୋକଙ୍କୁ ଖେଚୁଡ଼ି ଡାଲମା ବଣ୍ଟନ କରାଯାଉଥିଲା। କିନ୍ତୁ ଏଥର କଟକଣା ପାଇଁ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ସେହିଭଳି ମୂର୍ତ୍ତି ଉଚ୍ଚତା ୪ଫୁଟ୍‌ରେ ସୀମିତ ରଖାଯାଇଥିବାରୁ ମା’ଙ୍କ ଆଭୂଷଣରେ ବିଭିନ୍ନ ଚାନ୍ଦି ଅଳଙ୍କାର ବ୍ୟବହାର ହୋଇପାରିବ ନାହିଁ। ବଡ଼ କଥା ହେଉଛି ସାଜସଜ୍ଜାରେ କଟକଣା ଲାଗିଥିବାରୁ ପୂଜା ବଜେଟ କମ୍ ରହିଛି। ତେଣୁ ଏଥର ଦାନ ଦକ୍ଷିଣା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି।

Share Now:

Kalinga News Beuro

Next Post

ମୋଦୀଙ୍କୁ ନବୀନଙ୍କ 'ଉଷୁନା' ଚିଠି

Mon Oct 11 , 2021
ଭୁବନେଶ୍ୱର : ଆସନ୍ତା ଖରିଫ ଋତୁରେ ଏଫ୍‌ସିଆଇ ଦ୍ୱାରା ଓଡ଼ିଶାରୁ ବଳକା ଉଷୁନା ଚାଉଳ ସଂଗ୍ରହ କରିବା ଉପରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପ୍ରତିବନ୍ଧକ ଲଗାଇଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ରବିବାର ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରି ବଳକା ଚାଉଳ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-4

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial