ବାହାଘର ରିସ୍‌ପେସନ୍‌ରରେ ପତ୍ନୀଙ୍କୁ ‘ଗଧ ଛୁଆ’ ଉପହାର ଦେଲେ ସ୍ୱାମୀ

ନବ ବିବାହିତା ପତ୍ନୀଙ୍କୁ ‘ଗଧ ଛୁଆ’ ଉପହାର

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଜଣେ ୟୁଟ୍ୟୁବର୍‌ ଏବେ ଖୁବ୍ ଚର୍ଚ୍ଚାରେ। ୟୁଟ୍ୟୁବର୍‌ ଜଣକ ତାଙ୍କ ବିବାହ ଉପହାର ଭାବେ ନିଜ ନବ ବିବାହିତା ପତ୍ନୀଙ୍କୁ ଏକ ଗଧ ଛୁଆ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜେ ୟୁଟ୍ୟୁବର୍‌ ଏହି ସମୟର ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ୟୁଟ୍ୟୁବର୍‌ଙ୍କ ନାମ ଆଜଲାନ ଶାହ। ତାଙ୍କ ପତ୍ନୀଙ୍କ ନାମ ବରିସା। ସେ ଜାଣିଥିଲେ ଯେ ତାଙ୍କ ପତ୍ନୀଙ୍କୁ ଛୁଆ ଗଧ ଖୁବ୍ ପସନ୍ଦ। ସେହି କାରଣରୁ ସେ ନିଜ ବିବାହରେ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି। କେବଳ ସେତିକି ନୁହେଁ, କୁନି ଗଧକୁ ତା’ ମାଆଠାରୁ ଅଲଗା କରିବେନି ବୋଲି ସେ ଉଭୟ ମାଆ ଓ ଛୁଆଙ୍କୁ କିଣି ଆଣିଥିବା କଥା ଉଲ୍ଲେଖ କରିଛନ୍ତି।
ତାଙ୍କ ପତ୍ନୀଙ୍କୁ ଗଧ ପସନ୍ଦ ଥିବା କଥାକୁ ବାଦ୍‌ ଦେଲେ ଅନ୍ୟ ଏକ କାରଣରୁ ବି ସେ ଏହାକୁ ଏକ ଉପଯୁକ୍ତ ଉପହାର ବୋଲି ଭାବିଛନ୍ତି। ତାଙ୍କ ହିସାବରେ ଗଧ ହେଉଛି ଦୁନିଆର ସବୁଠାରୁ କୌତୂକିଆ ଓ ପରିଶ୍ରମୀ ପ୍ରାଣୀ। ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ଏପରି ଏକ ଉପହାର ଦେଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଜଲାନ ଶାହ ହେଉଛନ୍ତି ପାକିସ୍ତାନର ଜଣେ ଜଣାଶୁଣା ୟୁଟ୍ୟୁବର୍‌। ଗତ କିଛି ଦିନ ତଳେ ସେ ବାରିସାଙ୍କୁ ବିବାହ କରିଛନ୍ତି। ବିବାହ ପରେ ହୋଇଥିବା ରିସେପ୍‌ସନ ପାର୍ଟିରେ ଆଜ୍‌ଲାନ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି।

Share Now:

Kalinga News Beuro

Next Post

ରାଷ୍ଟ୍ରପତି ପଢ଼ିଥିବା ସ୍କୁଲ ଏବେ ଅନ୍ଧାର

Sat Dec 10 , 2022
ଭୁବନେଶ୍ୱର: ବିଲ୍‌ ପୈଠ ନକରିବାରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଅନ୍ଧାରରେ ପଢ଼ୁଛନ୍ତି କୁନି କୁନି ପିଲା। ସନ୍ଧ୍ୟା ହେଲେ କ୍ୟାମ୍ପସ ଅନ୍ଧାର। ଶୌଚାଳୟକୁ ପାଣି ସଂଯୋଗ ହୋଇପାରୁନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କ୍ୟାମ୍ପସରେ ଖୋଲିଥିବା ଆଧାର କେନ୍ଦ୍ରରେ ସେବା ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି। ଆଧାର ସମସ୍ୟାର ସମାଧାନ ଲାଗି ପ୍ରତିଦିନ ଶହଶହ ‌ଲୋକ ଆସି ନିରାଶ ହୋଇ ଫେରୁଛନ୍ତି। ୟୁନିଟ୍‌-୨ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି […]
ରାଷ୍ଟ୍ରପତି ପଢ଼ିଥିବା ସ୍କୁଲ ଏବେ ଅନ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial