ଆଜି ବିଶ୍ୱ ଏଡ୍‌ସଦିବସ : ୨୦୩୦ ସୁଦ୍ଧା ଏଡ୍‌ସକୁ ଜନ ସ୍ୱାସ୍ଥ୍ୟ ବିପଦ ଭାବେ ସମାପ୍ତ କରାଯିବ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଏଡ୍‌ସଦିବସ। ଏଚ୍‌ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍‌ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍‌ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଲୋକମାନଙ୍କ ପାଇଁ ଏହା ଏକ ସୁଯୋଗ ଆଣିଥାଏ। ୧୯୮୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) ଏହାକୁ ଏକ ଆନୁଷ୍ଠାନିକ ଦିବସ ରୂପେ ଘୋଷଣା କରିଥିଲା। ଏଚ୍‌ଆଇଭି/ଏଡ୍‌ସ ବିରୋଧରେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଏକ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଦିବସର ପ୍ରତିଷ୍ଠା କରାଯାଇଥିଲା।
ଏଚ୍‌ଆଇଭି/ଏଡ୍‌ସ ଦ୍ୱାରା ସୃଷ୍ଟ ଆହ୍ୱାନ ପ୍ରତି ଧ୍ୟାନ ଆକର୍ଷଣ କରିବା ଏବଂ ତତ୍‌ ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଏହି ଦିବସର ବିଶେଷ ତାତ୍ପର୍ଯ୍ୟ ରହିଛି। ଜନସାଧାରଣ ନିଜକୁ ଓ ଅନ୍ୟମାନଙ୍କୁ ଏଚ୍‌ଆଇଭି ସଂକ୍ରମଣ, ନିରାକରଣ, ପରୀକ୍ଷଣ, ଚିକିତ୍ସା ଓ ସଂକ୍ରମିତ ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ ବାବଦରେ ସଚେତନ କରିବା ପାଇଁ ଏହା ଏକ ସୁଯୋଗ। ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବା ଲାଗି ବିଭିନ୍ନ ଅଭିଯାନ, କାର୍ଯ୍ୟକ୍ରମ ଓ ଗୋଷ୍ଠୀଗତ କାର୍ଯ୍ୟକଳାପ ମାଧ୍ୟମରେ ଆଲୋଚନା ଓ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏହି ଦିବସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ଅନୁସାରେ ୨୦୩୦ ସୁଦ୍ଧା ଏଡ୍‌ସକୁ ଏକ ଜନସ୍ୱାସ୍ଥ୍ୟ ବିପଦ ଭାବେ ସମାପ୍ତ କରିବା ଦିଗରେ ସଚେତନତା, ପାଣ୍ଠି ଯୋଗାଣ ଓ ପଦକ୍ଷେପ ନେବା ପାଇଁ ଏହି ଦିବସ ଏକ ସମାବେଶୀ ଆହ୍ୱାନ ଭାବେ କାମ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଗୋଷ୍ଠୀମାନେ ନେତୃତ୍ୱ ନିଅନ୍ତୁ’।

Share Now:

Kalinga News Beuro

Next Post

ଗଭୀର ଅବପାତ ପାଲଟିଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର : ସୋମବାର ସନ୍ଧ୍ୟାରେ ଅତିକ୍ରମ କରିବ ଆନ୍ଧ୍ର-ତାମିଲନାଡୁ ଉପକୂଳ

Fri Dec 1 , 2023
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଗତକାଲି ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବିଗତ ୧୨ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗଭୀର ଅବପାତରେ ଘନୀଭୂତ ହୋଇ ଆଜି ସକାଳ ୫.୩୦ ସୁଦ୍ଧା ଦକ୍ଷିଣପୂର୍ବ ଓ ତତ୍‌ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସ୍ଥଳର ଭାଗରୁ ହିସାବ କଲେ ସମ୍ପ୍ରତି ଏହି ଗଭୀର ଅବପାତ ପୁଡ୍ଡୁଚେରୀର ପୂର୍ବ-ଦକ୍ଷିଣପୂର୍ବକୁ ୭୯୦ କିଲୋମିଟର୍‌, ଚେନ୍ନାଇର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial