ଗୁଜୁରାଟରେ ଆୟୁଷ ଔଷଧ ପରୀକ୍ଷଣ ଦେଲା ନୂତନ ଆଶା

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଦିଆଗଲା ହୋମିଓପ୍ୟାଥି ଓ ଆୟୁର୍ବେଦିକ ଔଷଧ

ଭୁବନେଶ୍ୱର: କରୋନା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ। ମାତ୍ର ଗୁଜୁରାଟରେ ଆୟୁଷ ଔଷଧକୁ ନେଇ କରୋନା ସନ୍ଦିଗ୍ଧଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ପରୀକ୍ଷଣ ସଫଳ ହୋଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ଥିବା ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରୀକ୍ଷଣ ଆଗାମୀ ଦିନରେ କରୋନାକୁ ରୋକିବା ଦିଗରେ ଏକ ନୂତନ ଆଶା ସଞ୍ଚାର କରିଛି। ଗୁଜୁରାଟର ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବ ଜୟନ୍ତୀ ଏସ୍‌. ରବି ଏହି ପରୀକ୍ଷଣ ସଂପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟର ୧୭୯ଟି ସଙ୍ଗରୋଧ ବା କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଥିବା ୬୨୧୦ କରୋନା ସନ୍ଦିଗ୍ଧଙ୍କ ‌ଦେହରେ ଆୟୁଷ ଔଷଧର ପରୀକ୍ଷଣ କରାଯାଇଥିଲା। ତହିଁରୁ ୩୫୫୮୫ଜଣଙ୍କୁ ଆୟୁର୍ବେଦିକ ଓ ୨୬୨୫ ଜଣଙ୍କୁ ‌ହୋମିଓପ୍ୟାଥିକ ଔଷଧ ପ୍ରଦାନ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅତି କମ୍‌ରେ ୭ଦିନ ପାଇଁ ଏହି ଔଷଧର ଡୋଜ୍ ଖାଇବାକୁ ରହିଥିବା ବେଳେ ଯେଉଁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନେ ମାତ୍ର ୩ଦିନ ପାଇଁ ଏହି ଔଷଧ ଖାଇବାରେ ସକ୍ଷମ ହୋଇଥିଲେ। ଏ ଦୃଷ୍ଟିରୁ ରାଜ୍ୟରେ ୭୬.୭୨ ଲକ୍ଷର ଆର୍ସେନିକ ଆଲବମ୍(୩୦) ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ଦିଆଯାଇଥିବା ସେ କହିଛନ୍ତି।
ବିଶ୍ୱବ୍ୟାପୀ କରୋନା ବ୍ୟାପିବା ସମୟରେ ରାଜ୍ୟର ପ୍ରମୁଖ ସରକାରୀ ଆୟୁର୍ବେଦିକ ଡାକ୍ତରଖାନା ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ସେନିକ ଆଲବମ୍ ୩୦ ପ୍ରଦାନ କରାଯାଇଥିଲା। ଏହି ଔଷଧ ଖାଇବା ଲାଗି ଡାକ୍ତରଖାନାରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର କିଛି ଦିନ ପର୍ଯ୍ୟନ୍ତ ଏହି ଔଷଧ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ତନାଘନା ହୋଇଥିଲା। ଏପରିକି ସ୍ୱାସ୍ଥ୍ୟ ବିଭାଗର ଏକାଧିକ ଅଧିକାରୀ ଆସି ଡାକ୍ତରଖାନାରେ କେଉଁ ପରିସ୍ଥିତିରେ ଏହି ଔଷଧ ଦିଆଗଲା, ତାହାର ତଦନ୍ତ କରିଥିଲେ। ପରବର୍ତୀ ସମୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଫେବ୍ରୁଆରି ୪ ତାରିଖରେ ରାଜ୍ୟର ସମସ୍ତ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଖାନାକୁ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଆୟୁଷ ଔଷଧ ବ୍ୟବହାର ଓ ଚିକିତ୍ସା ନେଇ କୌଣସି ମତ ରଖିବା ଲାଗି ବାରଣ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Mon Apr 27 , 2020
ଭୁବନେଶ୍ୱର: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ଉଠାଇଥିବା ଜଣାଯାଇଛି। ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶା ତାଲାବନ୍ଦ ପ୍ରସଙ୍ଗ ଉଠାଇ ନାହିଁ ।ପ୍ରଥମତଃ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial