ରାଜଧାନୀରେ ୬ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୭୦ ପଜିଟିଭ

ସାମାଜିକ ଦୂରତା କଟକଣାକୁ ଫୁ’

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ରେକର୍ଡ ସଂଖ୍ୟକ ୩୭୦ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପହଞ୍ଚିଛି। ଗତ ୧୯ ଦିନରେ ଭୁବନେଶ୍ବରରେ ୩୨୧୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେବେ ଗତ ୨୪ଘଣ୍ଟାରେ ରାଜଧାନୀରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୪୯ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାହାକି ବେଶ୍ ଚିନ୍ତାଜନକ। ଦିନକରେ ରାଜଧାନୀରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୦୪ଜଣ ସଙ୍ଗରୋଧରୁ ବାହାରିଛନ୍ତି। ତେବେ ଏଥିରୁ ୭ଜଣଙ୍କ ଅନ୍ୟ ରାଜ୍ୟକୁ ଯାତ୍ରା କରିଥିବାର ଇତିହାସ ରହିଛି। ଏହାସହ ଏକାଧିକ ବସ୍ତିରୁ ପୁଳା ପୁଳା ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ବାଣୀବିହାର ପଥରବନ୍ଧ ବସ୍ତିରୁ ୧୪ ଆକ୍ରାନ୍ତ ବାହାରିଛନ୍ତି। ଏହାବାଦ୍ ରାଧାକୃଷ୍ଣ ବସ୍ତିରୁ ୫, ସାମନ୍ତପୁରୀ ବସ୍ତି ଓ ହରିଜନ ବସ୍ତିରୁ ୨ ଲେଖାଏଁ, ନୀଳାଦ୍ରିବିହାର ହରେକୃଷ୍ଣ ବସ୍ତିରୁ ୩, ରିକ୍ସା କଲୋନିରୁ ୬, ପାଣ୍ଡରା ବାଳିଆପଟା ବସ୍ତିରୁ ୪, ବିଶ୍ବେଶ୍ବର ବସ୍ତି ଓ ବେହେରା ସାହିରୁ ୩ ଲେଖାଏଁ ଓ ପାର୍କ ବସ୍ତିରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ୮ ରିଜର୍ଭ ପୁଲିସ କଲୋନିରୁ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ କଲୋନିରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ସେହିପରି ୭ମ ବାଟାଲିଅନ୍‌ରୁ ୪ଜଣ ରୋଗୀ ରହିଛନ୍ତି।

Share Now:

Kalinga News Beuro

Next Post

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା : ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ଼ ଓ ରାଜନେତାଙ୍କ ମଧ୍ୟରେ ଭିନ୍ନ ମତ

Thu Aug 20 , 2020
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନଜଳ୍ପନାର ଆଜି ଅବସାନ ଘଟିଛି। ସୁପ୍ରିମ କୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାରା ଦେଶରେ ଏହାକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଛି। ମହାରାଷ୍ଟ୍ର ପୁଲିସ ଠିକ୍‌ରେ ଏହି ମାମଲାର ତଦନ୍ତ କରୁନାହିଁ ବୋଲି ସୁଶାନ୍ତଙ୍କ ବାପା କେ‌ କେ ସିଂହ ଅଭିଯୋଗ କରିବା ସହ ମାମଲା […]
ବଲିଉଡ଼ ଓ ରାଜନେତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial