୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗୁରୁବାରଦିନ ୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ୧୨ଟି ନୂଆ ଚାର୍ଜସିଟ ଦାଖଲ କରିଛି। ଏମାନେ ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ। ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଅର୍ଚ୍ଚନା ବେନିଓ୍ଵାଲାଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଜୁନ ୨୫ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ପୂର୍ବରୁ ଦିଲ୍ଲୀ ପୁଲିସ ୩୭୪ ବିଦେଶୀଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା। ଫଳରେ ଏପର୍ଯ୍ୟନ୍ତ ମୋଟ ୯୧୫ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇଛି। ମିଳିଥିବା ସୂଚନା ଅନୁସାରେ ୫୪୧ ବିଦେଶୀଙ୍କ ମଧ୍ୟରୁ ୪୧୪ ଜଣ ଇଣ୍ଡୋନେସିଆରୁ ଆସିଥିବାବେଳେ ୮୫ ଜଣ କିରଗୀଜସ୍ଥାନ ଓ ୪୨ ଜଣ ମାଲେସିଆର ନାଗରିକ ବୋଲି ଜଣାଯାଇଛି। ସେମାନଙ୍କ ବିରୁଦ୍ଧରେ ଭିସା ଆଇନ, ଫରେନର୍ସ ଆକ୍ଟ, ଏପିଡେ଼ମିକ ଆକ୍ଟ ଆଦିରେ ମାମଲା ରୁଜ୍ଜୁ ହୋଇଛି। ଏହି ବିଦେଶୀମାନେ ପର୍ଯ୍ୟଟନ ଭିସାରେ ଭାରତକୁ ଆସିଥିଲେ ମଧ୍ୟ ଧର୍ମ ପ୍ରଚାର କାମରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଏହା ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ ଦର୍ଶାଇଛି। ଏହି ଆଇନ ଅନୁସାରେ ପର୍ଯ୍ୟଟନ ଭିସାରେ ଆସୁଥିବା ଲୋକମାନେ କେବଳ ଭ୍ରମଣ, ବନ୍ଧୁ ପରିଜନଙ୍କୁ ଭେଟିବା, ସ୍ପଳ୍ପ ମିଆଦି ଚିକିତ୍ସା ଆଦି କରିପାରିବେ। କିନ୍ତୁ ସେମାନେ ଧର୍ମପ୍ରଚାର, କୌଣସି ପ୍ରକାରର ଆନ୍ଦୋଳନରେ ଯୋଗ ଦେଇପାରିବେ ନାହିଁ।

Share Now:

Kalinga News Beuro

Next Post

ନୂଆ ୬୩ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର:୨୫ଜଣ ଗୁଜୁରାଟ ଫେରନ୍ତା

Fri May 29 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୧ଜଣ ସଙ୍ଗରୋଧରେ ଥିଲେ ଏବଂ ଦୁଇଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୩ଜଣ କରୋନା ଆକ୍ରାନ୍ତଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial