ବଡ଼ବଡ଼ୁଆ ଡାକିବାକୁ ଆସିଥିଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ,ସ୍ବାମୀ ଗୁରୁତର

ବଡ଼ବଡ଼ୁଆ ଡାକିବାକୁ ଆସି ଚାଲିଗଲା ଜୀବନ

ଭୁବନେଶ୍ବର: ରାଜଧାନୀର ଲିଙ୍ଗରାଜ ସମୁଖ ଉତ୍ତର ଦ୍ୱାର ନିକଟରେ ଅଘଟଣ। ଗତକାଲି ବଡ଼ବଡ଼ୁଆ ଡାକିବାକୁ ଆସିଥିବା ଦମ୍ପତିଙ୍କ ଉପରେ କାର ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା ହେଲେ ହେଲେ ସୁଲୋଚନା ମହାନ୍ତି(୫୩)। କୁକୁଡ଼ାଖଣ୍ଡି ବ୍ଲକ ବାଳକୃଷ୍ଣପୁର ପ୍ରାଇମେରି ସ୍କୁଲ ଶିକ୍ଷକ ଥିଲେ। ସେ ବ୍ରହ୍ମପୁର ତୁଳସୀ ନଗର ତୃତୀୟ ଲେନରେ ରହନ୍ତି। ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା। ସେ ଚୁଡଙ୍ଗପୁର ହାଇସ୍କୁଲରେ ଶିକ୍ଷକ ଅଛନ୍ତି।
ଦମ୍ପତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବଡ଼ବଡ଼ୁଆ ଡାକିବାକୁ ଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ଆଜି ଦୁହେଁ ପୁରୀ ଯାଇଥାନ୍ତେ। ହେଲେ ଏହା ପୂର୍ବରୁ ସ୍ତ୍ରୀଙ୍କୁ ଡାକିନେଇଗଲା କାଳ। ସେପଟେ ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଗାଡ଼ିଚାଳକ ଜଣଙ୍କ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲେ। ଅବଶ୍ୟ ଗାଡ଼ି ଚାଳକଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଗୌତମ ମିଶ୍ର ବୋଲି ଜଣାପଡ଼ିଛି। ଜୁରିନାଥ ବେବର୍ତ୍ତାଙ୍କ କହିବା ଅନୁଯାୟୀ, ସେମାନେ ପୟା ଶ୍ରଦ୍ଧା କରିବା ପାଇଁ ଆସିଥିଲେ ଲିଙ୍ଗରାଜ କ୍ଷେତ୍ରକୁ। ଉତ୍ତର ଦ୍ଵାର ପାଖରେ କାଉଁରିଆ କାଠି, ଦୀପ, ଧୂପ ଓ ପୂଜା ସାମଗ୍ରୀ କିଣୁଥିଲେ। କିନ୍ତୁ ହଠାତ ପଛପଟୁ ଏକ କଳା ରଙ୍ଗର ହୋଣ୍ଡାଇ ଆଇଟେନ୍ ମାଡ଼ି ଆସିଲା। ଏହାଫଳରେ ସୁଲୋଚନା ମହାନ୍ତିଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ସେମାନେ ମୋଟ ୮ ଜଣ ସାଙ୍ଗ ହୋଇ ଆସିଥିଲେ।

Share Now:

Kalinga News Beuro

Next Post

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

Tue Nov 14 , 2023
ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା ସୋନପୁର: ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସୋନପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ବୃଦ୍ଧାଙ୍କ ପାଖରେ ଏକ ଗାତରେ ସାପ ଥିଲା। ସାପ କାମୁଡ଼ିବାରୁ ବୃଦ୍ଧାଙ୍କର […]
ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial