ନୂଆପଲ୍ଲୀ ଥାନା ପୋଲିସ ଦ୍ୱାରା କୁଖ୍ୟାତ ଆବିଦ୍‌ ଗ୍ୟାଙ୍ଗ୍‌ର ୮ ଗିରଫ

କୁଖ୍ୟାତ ଆବିଦ୍‌ ଗ୍ୟାଙ୍ଗ୍‌ର ୮ ଗିରଫ

୮ ଚେନ୍‌, ୨୬ ସ୍ମାର୍ଟ ଫୋନ୍‌, ୫ ବାଇକ୍‌ ଜବତ

ଭୁବନେଶ୍ବର: କୁଖ୍ୟାତ ଲୁଟେରା ଆବିଦ୍‌ ଗ୍ୟାଙ୍ଗ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୮ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରା ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗଞ୍ଜାମ ଧଳପୁରର ରାଜା ଜିତେନ୍ଦ୍ର ପ୍ରଧାନ(୧୯), ଛତ୍ରପୁର ତରୁପୋଇର ରାବଣ ବିଶ୍ବଜିତ୍ ଦାସ(୨୦), ମୟୂରଭଞ୍ଜ ସିରକୋଲିର କାଶିଆ ଓରଫ୍ କାଶିନାଥ ପାତ୍ର(୨୦), ଖୋର୍ଦ୍ଧା ଭୂଷଣ୍ଡପୁରର ଅଜୟ କୁମାର ମୁଣ୍ଡାଳ(୨୨) ଓ ସଂଜୟ ଦାସ(୨୨), ବିହାର ଲଖିସାରଙ୍ଗ ସୂରଜଗଡ଼ର ଚିଣ୍ଟୁ ଧର୍ମେନ୍ଦ୍ର କୁମାର(୧୮), ଗଞ୍ଜାମ ପଙ୍କଳାବାଡ଼ିର ମିଥୁନ ସମୁଦ୍ର(୨୪)। ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୮ଟି ସୁନାଚେନ୍(୪୫ ଗ୍ରାମ), ୨୬ଟି ସ୍ମାର୍ଟ ଫୋନ୍, ୫ଟି ବାଇକ୍ ଜବତ କରିଛି।
ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ଆବିଦ୍‌ ଯଦୁପୁର ଅଞ୍ଚଳର ମୂଳବାସିନ୍ଦା। ସେ ସାଲିଆସାହି ଏକାମ୍ରବିହାର ଅଞ୍ଚଳରେ ରହି ଗ୍ୟାଙ୍ଗ୍‌ ଗଢ଼ିଥିଲା। ତା’ ଗ୍ୟାଙ୍ଗ୍‌ରେ ଗଞ୍ଜାମ ସମେତ ଅଣଓଡ଼ିଆ ଲୁଟେରାମାନେ ସାମିଲ୍‌ ଥିଲେ। ସେମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଛିନ୍‌ତାଇ କରିବା ସହ ବାଇକ୍‌ ଲୁଟ୍‌ କରୁଥିଲେ। ପ୍ରଥମେ ସେମାନେ ରାଜଧାନୀରେ ବୁଲିବୁଲି ନିୟମିତ ଏକାକୀ ଯାତାୟାତ କରୁଥିବା ମହିଳା ଓ ଯୁବତୀମାନଙ୍କୁ ଟାର୍ଗେଟ୍‌ କରୁଥିଲେ ଓ ତାଙ୍କୁ ଲୁଟିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। କିଛି ନ ମିଳିବା ଦିନ ମୋବାଇଲ୍‌ ଛଡ଼ାଇବା କିମ୍ବା ବାଇକ୍‌ ଉଠାଇବା ପାଇଁ ବାହାରି ପଡ଼ୁଥିଲେ। କମିସନରେଟ୍‌ ପୁଲିସ ପାଇଁ ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ଏକ ଚ୍ୟାଲେଞ୍ଜ୍ ଥିଲା। ତେଣୁ ଆଇଆଇସି ଶରତ ସାହୁ ଏହି ଗ୍ୟାଙ୍ଗ୍‌କୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲେ। ଗତ ବିଳମ୍ବିତ ରାତିରେ ସେମାନଙ୍କ ଆଡ଼ା ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଛି।

Share Now:

Kalinga News Beuro

Next Post

ଆରପାରିରେ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସ

Sun Sep 13 , 2020
ଭୁବନେଶ୍ବର: ୨୦୨୦ ସତେ ଯେପରି ଚଳଚ୍ଚିତ୍ର ଜଗତକୁ ଶ୍ରୀହୀନ କରିଚାଲିଛି। ଏହି କ୍ରମରେ ଆଜି ରବିବାର ଦିନ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ‌ପ୍ଟେମ୍ବର ୧ ତାରିଖ ଦିନ ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଡାକ୍ତରଖାନା ତରଫରୁ […]
ଅଜିତ ଦାସଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial