‘ବ୍ୟବସାୟୀଙ୍କ ଦ୍ୱାରା ମୁଁ ଦୁଷ୍କର୍ମର ଶିକାର ହୋଇଛି’: ଅଭିନେତ୍ରୀ

ବ୍ୟବସାୟୀଙ୍କ ଦ୍ବାରା ମୁଁ ଦୁଷ୍କର୍ମର ଶିକାର

ମୁମ୍ବାଇ: ମୁମ୍ବାଇରେ ଜଣେ ବ୍ୟବସାୟୀ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଅଭିନେତ୍ରୀ ମୁମ୍ବାଇର ଏନଏମ ଯୋଶୀ ମାର୍ଗ ପୁଲିସ ଷ୍ଟେସନରେ ଜଣେ ବ୍ୟବସାୟୀଙ୍କ ନାମରେ ଲିଖିତ ଅଭି‌ଯୋଗ କରିଛନ୍ତି। ପୀଡ଼ିତା ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି କି,‘ବ୍ୟବସାୟୀ ଜଣକ ମୋ ସହିତ ପ୍ରଥମେ ବନ୍ଧୁତା କରିଥିଲେ। ଧୀରେଧୀରେ ମୁଁ ତାଙ୍କୁ ଭଲ ବନ୍ଧୁ ଭାବି କଥା ହେବା ଆରମ୍ଭ କରିଥିଲି। କିଛିଦିନ କଥା ହେବାପରେ ସେ ମୋତେ ବିବାହ କରି‌ବେ ବୋଲି କହିଥିଲେ। ଏମିତି କି ସେ ମୋ ବିନା ରହି ପାରିବେ ନାହିଁ। ମୁଁ ବିବାହ ନକଲେ ସେ ଜୀବନ ହାରିଦେବେ ବୋଲି ବି ବାରମ୍ବାର କହୁଥିଲେ।
ବିବାହ ପ୍ରତିଶ୍ରୁତି ଦେଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମୋ ସହମତି ନଥିବା ସତ୍ତ୍ୱେ ସେ ମୋ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଯାହାକୁ ମୁଁ ଦୁଷ୍କର୍ମର ନାମ ଦେବି। ଯେତେବେଳେ ମୁଁ ତାଙ୍କୁ ବିବାହ କଥା କୁହେ, ସେ ରାଗି ଯାଆନ୍ତି। ଏମିତି ଯେତେବେଳେ ମୁଁ ବିବାହ କଥା ଉଠାଇଲି ସେ ଆଉ ମୋ ସହିତ ଏତେଟା ଯୋଗାଯୋଗ ରଖିଲେ ନାହିଁ। ସମୟସମୟରେ ମୋତେ ଧମକ ଦେଇ ତାଙ୍କ ପାଖକୁ ଡାକି ଦୁଷ୍କର୍ମ କରିଥାଆନ୍ତି। ଆଉ ଏ କଥା ଯଦି ମୁଁ ପୁଲିସକୁ କୁହେ ସେ ମୋ କ୍ୟାରିୟର ନଷ୍ଟ କରିଦେବେ ବୋଲି ବି ଧମକ ଦେଉଥିଲେ।’ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଯାଞ୍ଚ କରାଯାଉଛି। ଯାଞ୍ଚରୁ ଯଦି ବ୍ୟବସାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କୁ ଗିରଫ କରାଯିବ। ଆବଶ୍ୟକ ପଡ଼ିଲେ ବ୍ୟବସାୟୀଙ୍କୁ ବି ପଚରାଉଚରା ପାଇଁ ଥାନାକୁ ଡକାଯିବ। ଅଭିନେତ୍ରୀଙ୍କ ନାମ ଗୋପନ ରଖାଯାଇଛି। ଯାଞ୍ଚ ଶେଷ ହୋଇଯିବା ପରେ ବ୍ୟବସାୟୀଙ୍କ ନାମ ସର୍ବସାଧାରଣ କରାଯିବ ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ଇଷ୍ଟ୍ ଇଣ୍ଡିଆ କମ୍ପାନିର ମାଲିକ ଏବେ ଜଣେ ଭାରତୀୟ

Sat Aug 5 , 2023
ଦିନଥିଲା ଭାରତକୁ ଶାସନ କରୁଥିଲା ଏହି କମ୍ପାନି ‌ନୂଆଦିଲ୍ଲୀ : ଏବେ ଚାଲିଛି ଅଗଷ୍ଟ ମାସ। ଆଉ ୧୫ ତାରିଖରେ ସାରା ଦେଶରେ ପାଳନ ହେବ ସ୍ୱାଧୀନତା ଦିବସ। ଏହି ଦିବସ ଆମ ସ୍ୱାଧୀନତା ସଂଗ୍ରାମର ଘଟଣାବଳି ମନେ ପକାଇଦିଏ। ଭାରତର ପରାଧୀନତା କଥା ଉଠିଲେ ଇଷ୍ଟ୍ ଇଣ୍ଡିଆ କମ୍ପାନି କଥା ସାମ୍ନାକୁ ଆସେ, ଯେଉଁ କମ୍ପାନି ବ୍ୟବସାୟ କରିବାକୁ ଆସି ତତ୍କାଳୀନ ଶାସକଙ୍କ ଦୁର୍ବଳତା ହେତୁ କ୍ଷମତା ମାଡ଼ିବସିଥିଲା। […]
ଇଷ୍ଟ୍ ଇଣ୍ଡିଆ କମ୍ପାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial