୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରା। ଜଣେ ଅଭିଯୋଗକାରୀଙ୍କଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ଅଭିଯୁକ୍ତ ଶ୍ରୀ ବେହେରା ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ। ସେହି ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗା ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବେହେରାଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।

Share Now:

Kalinga News Beuro

Next Post

‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ : ଗୃହ ମୁଲତବୀ

Fri Jan 6 , 2023
ନୂଆଦିଲ୍ଲୀ: ମେୟର୍‌ ନିର୍ବାଚନ ପୂର୍ବରୁ ନବନିର୍ବାଚିତ ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିବାରୁ ଆଜି ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ସଦ୍ୟତମ ସୂଚନା ଅନୁସାରେ, ମେୟର୍‌ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ଆଗରୁ ‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ଗୃହ ମୁଲତବୀ ଘୋଷଣା କରାଯାଇଛି। ‘ସିଭିକ୍‌ ସେଣ୍ଟର୍‌’ର ମଧ୍ୟସ୍ଥଳରେ ‘ଆପ୍‌’ ଓ ‘ବିଜେପି’ କର୍ମୀମାନେ ସ୍ଲୋଗାନ୍‌ ଦେଇଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ […]
ଦିଲ୍ଲୀ ମେୟର୍‌ ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial