ପୁଲିସ ଏନ୍‌କାଉଣ୍ଟର୍‌ରେ ହାଇଦ୍ରାବାଦ ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତ ନିହତ

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ପୁଲିସ ଦାବି କରିଛି ଯେ ଅପରାଧ ଦୃଶ୍ୟର ପୁନଃସଂରଚନା ପାଇଁ ସେମାନଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ସେଠାରୁ ଖସିଯିବାକୁ ଉଦ୍ୟମ କରିବା କାରଣରୁ ଏନ୍‌କାଉଣ୍ଟର୍‌ କରି ସେମାନଙ୍କୁ ମାରି ଦିଆଯାଇଛି। ରାତି ପ୍ରାୟ ୩ଟା ବେଳେ ଏହି ଏନ୍‌କାଉଣ୍ଟର୍‌ ହୋଇଥିବା ଜଣାପଡ଼ିଛି। ଲରି ଓ୍ଵାର୍କର୍‌ ଭାବେ କାର୍ଯ୍ୟ କରୁଥିବା ଏହି ୪ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୪ ମଧ୍ୟରେ। ମହିଳା ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଅଭିଯୋଗରେ ନଭେମ୍ବର ୨୯ ତାରିଖ ଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଏବଂ ଶନିବାର ଦିନ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ଅଭିଯୁକ୍ତ ଚେର୍‌ଲାପାଲ୍ଲୀ କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ। ସରକାରୀ ଡାକ୍ତରଖାନାରେ ସହକାରୀ ପ୍ରାଣୀ ଚିକିତ୍ସିକା ଭାବେ କାର୍ଯ୍ୟ କରୁଥିବା ମହିଳା ନିଖୋଜ ହେବାର ଦିନକ ପରେ ତାଙ୍କ ଦଗ୍ଧ ଶରୀର ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଶାଦନଗର ସହର ପାଖ ଚେତନାପାଲ୍ଲୀ ପୋଲ ତଳୁ ନଭେମ୍ବର ୨୮ ତାରିଖ ସକାଳେ ଉଦ୍ଧାର କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ବାଣୀବିହାର ଆସିବେ ରାଷ୍ଟ୍ରପତି, ପଡ଼ିବ ୪୨୫୦ ସିଟ୍‌

Fri Dec 6 , 2019
ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ତିନି ଦିନ ହେଲା ଲଗାତାର ଭାବେ ବୈଠକ ବସୁଛି। ବ୍ୟାପକ ମାନସମନ୍ଥନ ହେଉଛି। ତେବେ ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଓ ସୁପରିଚାଳନା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial