୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ : ଗଠନ ହେଲା ୬ଜି ଆଲାଏନ୍ସ

୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ : ଭାରତରେ ମାତ୍ର କିଛି ମାସ ତଳେ ୫ଜି ସେବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଦେଶର ସବୁ ସ୍ଥାନରେ ଏହି ସେବା ପହଞ୍ଚିପାରିନାହିଁ। କିନ୍ତୁ ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ। ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ। ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେଣ୍ଟ ଯାହାକି ମିଳିତ ଭାବେ ଦେଶରେ ୬ଜି ବିକଶିତ କରିବାକୁ ଉଦ୍ୟମ କରିବ। ୬ଜି ଆଲାଏନ୍ସ ଭାରତରେ ୬ଜି ଇଣ୍ଟରନେଟ୍ ଆରମ୍ଭ କରିବା ଦିଗରେ ଆରମ୍ଭ କରିଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ କାର୍ଯ୍ୟକ୍ରମରେ ଭାରତ ୬ଜି ଆଲାଏନ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଇଟି ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ୬-ଜି ବିକାଶ ସହିତ ଭାରତ ହାଇସ୍ପିଡ୍ ନେଟୱାର୍କ ଦୁନିଆର ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ। ୬ଜି ଆଲାଏନ୍ସ ଅଧୀନରେ ବିଭିନ୍ନ କ୍ଷେତ୍ରର ସଂସ୍ଥା ୬ଜି ଭିଜନ ଡକ୍ୟୁମେଣ୍ଟକୁ ସାକାର କରିବା ଦିଗରେ ସରକାରଙ୍କ ସହ ମିଶି କାମ କରିବେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ। ୬ଜି ଭିଜନ ଅଧୀନରେ ଭାରତକୁ ୬ଜି ଯୋଗାଯୋଗକ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ପଡ଼ିବ। ଏହା ମାଧ୍ୟମରେ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ସୁଲଭ ଏବଂ ଦ୍ରୁତ ୬ଜି ଇଣ୍ଟରନେଟ୍ ଯୋଗାଇବା ପାଇଁ ଉଦ୍ୟମ କରାଯିବ।

Share Now:

Kalinga News Beuro

Next Post

ବାଣୀବିହାର ରେଳ ଷ୍ଟେସନ୍‌ରେ ବିଚିତ୍ର ଦୃଶ୍ୟ : ଫୁଟ୍‌ ଓଭରବ୍ରିଜ୍‌ ଆଗରେ ବିଦ୍ୟୁତ୍‌ ଖୁଣ୍ଟ

Mon Jul 3 , 2023
ଭୁବନେଶ୍ୱର : ଯୋଉ ବାଟ ଦେଇ ଶିଡ଼ି ଚଢ଼ିବ, ଠିକ୍‌ ତା’ରି ଆଗରେ ଇଲେକ୍ଟ୍ରିକ୍‌ ଖୁଣ୍ଟ। ବାଣୀବିହାର ରେଳ ଷ୍ଟେସନ୍‌ରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ଫୁଟ୍‌ ଓଭରବ୍ରିଜ୍‌ର ଠିକ୍‌ ପ୍ରବେଶ ପଥରେ ରେଳ ଚଳାଚଳ‌ରେ ବ୍ୟବହୃତ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ ଲୋକମାନେ ଯାତାୟାତ କରିପାରୁନାହାନ୍ତି। ଅନ୍ୟ ସମୟରେ ଯାହା ଯେମିତି ଲୋକେ ଗଳି ପଶି ଶିଡ଼ିକୁ ଚଢ଼ି ଯାଉଛନ୍ତି, କିନ୍ତୁ ଗହଳି ସମୟରେ ସ୍ଥିତି ଅସମ୍ଭାଳ ହୋଉଯାଉଛି। […]
ବାଣୀବିହାର ରେଳ ଷ୍ଟେସନ୍‌ରେ ବିଚିତ୍ର ଦୃଶ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial