ଟଙ୍କା ସହ ଧରା ପଡ଼ିଲେ ବିଜେପି ନେତା

ସୁନ୍ଦରଗଡ଼: ଟଙ୍କା ସହ ଧରା ପଡ଼ିଲେ ବିଜେପି ନେତା। ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ। ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବାଣ୍ଟୁଥିଲେ ଟଙ୍କା।
ଭଷ୍ମା ଥାନା କଇଁସରା ଗାଁରେ ଟଙ୍କା ବାଣ୍ଟୁଥିବା ବେଳେ ସ୍ପେଶାଲ ସ୍ବାର୍ଡ ଧରିଥିଲା। ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା। ସାଧା ଏନଭେଲୋପ, ନୋଟ ପ୍ୟାଡ ଓ ଭୋଟର ଲିଷ୍ଟ ମଧ୍ୟ ଜବତ କରାଯାଇଛି। ଭୀମସେନ ନାୟକ କୁସୁମ ଟେଟେଙ୍କ ଅତି ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ଏଥର ବିଜେପି ସରକାର କରିବ : ହେମାମାଳିନୀ

Fri May 17 , 2024
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ। ଭୁବନେଶ୍ୱର ବିମାନବନ୍ଦର ବାହାରେ ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି। ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଦରକାର।ହେମାମାଳିନୀଙ୍କର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial