ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟଗଣତି ଆରମ୍ଭ

ଉପନିର୍ବାଚନ ପାଇଁ ଭୋଟଗଣତି ଆରମ୍ଭ

ବାଲେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟଗଣତି ଆରମ୍ଭ ହୋଇଥିବା ଜଣାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ୱାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍‌ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍‌ ମାନି ଭୋଟ ଗଣତି ଆରମ୍ଭ ହୋଇଛି। ଏଠାରେ ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ବ୍ୟବସ୍ଥା ରହିଛି। ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଛୋଟ ଛୋଟ ଗୃପରେ ସୁଟିଂ ପାଇଁ ଅନୁମତି ଦିଆଯାଇଛି ଏବଂ ଭିତରକୁ କ୍ୟାମେରା ବ୍ୟତୀତ ମୋବାଇଲ ଫୋନ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାରିପାଖ ରାସ୍ତାକୁ ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯାଇଛି। ଫକୀରମୋହନ ଗୋଲେଇ, ଫାଣ୍ଡିଛକ, ଟେକ୍ନିକାଲ ସ୍କୁଲ, ଝାଡ଼େଶ୍ବର ମନ୍ଦିର ରହିଥିବା ସମସ୍ତ ପ୍ରବେଶପଥକୁ ବ୍ୟାରିକେଡ୍‌ ଦ୍ୱାରା ବନ୍ଦ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ ରହିବେ।

Share Now:

Kalinga News Beuro

Next Post

ଭୁବନେଶ୍ବର ବାଲିଯାତ୍ରା ବନ୍ଦ : ଟୁଇଟ୍ କରି ସୂଚନା ଦେଲା କମିସନରେଟ୍‌ ପୁଲିସ

Tue Nov 10 , 2020
ଭୁବନେଶ୍ବର: କରୋନା ମହାମାରୀ ପାଇଁ ପୂର୍ବରୁ ଐତିିହାସିକ କଟକ ବାଲିଯାତ୍ରୀ ବନ୍ଦ ଘୋଷଣା ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ହେଉଥିବା ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି। କମିସନରେଟ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି। […]
ବାଲିଯାତ୍ରା ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial