ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ, ବିକାଶମୂଳକ କାମରେ ସ୍ୱଚ୍ଛତା ଆସିବା ଦରକାର: ବିଧାୟକ ଜଗଦଲା

ଅଧିକାରୀ ଅବହେଳା ପ୍ରଦର୍ଶନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୀରମହାରାଜପୁର: ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଏହା ସହିତ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହିତ ଏଥିରେ ଯେଉଁ ବିଭାଗର ଅଧିକାରୀ ଅବହେଳା ପ୍ରଦର୍ଶନ କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହରେ ବୁଧବାର ସ୍ଥାନୀୟ ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା ଏହା କହିଛନ୍ତି। ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଜଗଦଲା ଯୋଗଦେଇ ବ୍ଳକର ଉନ୍ନୟନ କାର୍ଯ୍ୟ, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଖାଦ୍ୟ ଓ ଯୋଗାଣ, ମତ୍ସ୍ୟ ଓ ପଶୁପାଳନ, କୃଷି ଓ ଉଦ୍ୟାନ, ଜଙ୍ଗଲ ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗ ଉପରେ ସମୀକ୍ଷା କରିଛନ୍ତି। ଶ୍ରୀ ଜଗଦଲା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ସାରିବା ପରେ ଜଟେସିଙ୍ଘା, ବାଗବର ଓ ହିଲୁଙ୍ଗ୍ ପଞ୍ଚାୟତର ଜାରି ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ସୀମକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ତହସିଲଦାର ପୁନମ୍ ମହାପାତ୍ର, ବିଡ଼ିଓ ପ୍ରୀୟଦର୍ଶିନୀ ମିର୍ଦ୍ଧା, ଏବିଡିଓ ପୁରୁଷୋତ୍ତମ ଧରୁଆ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପାଲୋ, ଜିଲ୍ଲା ବିଜେପି ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ଜିଲ୍ଲା ବିଜେପି ଉପସଭାନେତୀ ନଳିନୀ ପଣ୍ଡା, ସୁମନ୍ତ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପୂର୍ବରୁ ବିଧାୟକ ଶ୍ରୀ ଜଗଦଲାଙ୍କୁ ବିଭିନ୍ନ ବିଭାଗର ମୁଖ୍ୟମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରଥମେ ବିଧାୟକଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସମସ୍ତେ ନିଜନିଜ ପରିଚୟ ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ଘଟଣା : କ୍ୟାପିଟାଲ ଥାନା ପୁଲିସର ତଦନ୍ତ

Wed Jun 26 , 2024
ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର: ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ନେଇ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପକ୍ଷରୁ ଅଭିଯୋଗ ପରେ ଘଟଣାସ୍ଥଳ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରିଛି। ପ୍ରାୟ ୧୫ରୁ ୨୦ ମିନିଟ ସ୍ପଟ ଭିଜିଟ ପରେ ତଦନ୍ତ ସାରି ସରକାରୀ ବାସଭବନରୁ ବାହାରିଛନ୍ତି ତଦନ୍ତକାରୀ ଅଧିକାରୀ। ସିସିଟିଭି ଫୁଟେଜ ରଘୁନନ୍ଦନ ଦାସଙ୍କୁ ମାଗିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial