ଓଲଟିଲା ଏସିଡ଼ ଗାଡ଼ି, ଡାଇଭର-ହେଲପର ଗୁରୁତର

ଓଲଟିଲା ଏସିଡ଼ ଗାଡ଼ି

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନୀପାଲି ନିକଟରେ ଓଲଟିଲା ଏସିଡ଼ ଗାଡି। ଡ୍ରାଇଭର ଓ ହେଲପର ଗୁରୁତର ଆହତ। ଆଜି ବରଗଡ଼ ଜିଲ୍ଲା ସୋହେଲା ଦଶମାଇଲରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯାଉଥିବା ବେଳେ ସୋନପୁର-ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ବିନିକା ଦାନୀପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇଁ ଦୁଇଟି ଦମକଳ ଗାଡି ପହଞ୍ଚି ଗାଡ଼ିରୁ ଲିକ ହେଉଥିବା ଏସିଡକୁ ଆୟତ୍ତ କରୁଛି। ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହେଉଥିବାରୁ ସ୍ଥିତି ଉପରେ ନଜର ରଖିଛି।

Share Now:

Kalinga News Beuro

Next Post

ପୁଲିସକୁ ମାଡ଼ ମାରିବା ଘଟଣା: ଫେରାର ଅଭିଯୁକ୍ତ ଗିରଫ

Fri Jul 2 , 2021
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁର ବାଲିସାହି ଗାଁରେ ପୁଲିସକୁ ଆକ୍ରମଣ କରି ଫେରାର ମାରିଥିବା ଅଭିଯୁକ୍ତକୁ ତିର୍ତ୍ତୋଲ ପୁଲିସ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ବାଲିସାହି ଗାଁର ନନ୍ଦକିଶୋର ବରାଳ। ଅଭିଯୁକ୍ତଠାରୁ ପୁଲିସ ଏକ ଘଣ୍ଟ, ଅଙ୍ଗନ ବାଡ଼ି ଘରୁ ଚୋରି ହୋଇଥିବା ପାଣି ଉଠା ମୋଟର ଓ ସେ ବ୍ୟବହାର କରିଥିବା ଖଣ୍ଡାକୁ ଜବତ କରିଛି। ବାଲିସାହି ଗାଁ ମନ୍ଦିରରୁ ଚୋରି […]
ପୁଲିସକୁ ମାଡ଼ ମାରିବା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial