ମୁଣ୍ଡଳୀରେ ବିପଦ ସଂକେତ ଉପରେ ବନ୍ୟାଜଳ

ବିପଦ ସଂକେତ ଉପରେ ବନ୍ୟାଜଳ

ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ଡଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି ୧୧ଟା ବେଳକୁ ଏହା ବୃଦ୍ଧି ପାଇ ୯ଲକ୍ଷ ୫୬ ହଜାର କ୍ୟୁସେକ ହୋଇଥିଲା। ସୂଚନାଯୋଗ୍ୟ ଯେ ଉପରମୁଣ୍ଡରେ ବିପଦ ସଙ୍କେତ ୯୭.୨୫ ଫୁଟ୍‌ ଥିବାବେଳେ ତଳ ମୁଣ୍ଡର ବିପଦ ସଙ୍କେତ ୯୫.୦ ଫୁଟ୍‌ ରହିଛି। ଅପରପକ୍ଷରେ ଆନିକଟ ଓ ବନ୍ଧର ଉଭୟ ପାର୍ଶ୍ବରେ ବନ୍ୟା ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା। ସନ୍ଧ୍ୟାରେ ବାରଙ୍ଗ ପୁଲିସ ପିସିଆର ଭ୍ୟାନ୍‌ ପହଞ୍ଚି ଭିଡ଼ ହଟାଇବା ଲାଗି ଲୋକଙ୍କୁ ଗୋଡ଼େଇ ପିଟିଥିଲା। ମାତ୍ର ଲୋକଙ୍କୁ ହଟାଇ ନପାରି ଚାଲିଯାଇଥିଲା।

Share Now:

Kalinga News Beuro

Next Post

ବନ୍ୟା ଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ : ମହାନଦୀରେ ଜଳସ୍ତର ବୃଦ୍ଧି ,ତଳିଆ ଅଂଚଳ ପ୍ରଭାବିତ ଆଶଙ୍କା

Sun Aug 30 , 2020
କଟକ: ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର। ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି। ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା […]
ବନ୍ୟା ଜଳରେ ବୁଡ଼ିଲା ଅଂଶୁପା ହ୍ରଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial