ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ଘଟଣା : କ୍ୟାପିଟାଲ ଥାନା ପୁଲିସର ତଦନ୍ତ

ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ନେଇ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପକ୍ଷରୁ ଅଭିଯୋଗ ପରେ ଘଟଣାସ୍ଥଳ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରିଛି। ପ୍ରାୟ ୧୫ରୁ ୨୦ ମିନିଟ ସ୍ପଟ ଭିଜିଟ ପରେ ତଦନ୍ତ ସାରି ସରକାରୀ ବାସଭବନରୁ ବାହାରିଛନ୍ତି ତଦନ୍ତକାରୀ ଅଧିକାରୀ। ସିସିଟିଭି ଫୁଟେଜ ରଘୁନନ୍ଦନ ଦାସଙ୍କୁ ମାଗିଛି ପୁଲିସ। ରଘୁନନ୍ଦନ ଦାସ, ସୁରକ୍ଷାକର୍ମୀ ଓ କିଛି ଲୋକଙ୍କର ବୟାନ ରେକର୍ଡ କରାଯାଇଥିବାର ମଧ୍ୟ ସୂଚନା ଦେଇଛି କ୍ୟାପିଟାଲ ଥାନା ପୁଲିସ।
ସୂଚନାଯୋଗ୍ୟ, ମହିଳା ସାମ୍ବାଦିକା ତାଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଦୁଇ କୁକୁର ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଥିଲେ ରଘୁନନ୍ଦନ। ଦୁଇ କୁକୁର ଦୌଡ଼ି ଆସିଥିଲେ ଚିନ୍ନୟୀଙ୍କ ଆଡ଼କୁ ବୋଲି କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ରଘୁନନ୍ଦନ ଦାସଙ୍କ ନାଆଁରେ ମାମଲା ରୁଜୁ କରାଯାଇଛି। ଏଣେ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ରଥଯାତ୍ରା ସମନ୍ୱୟ ବୈଠକ : ଅଂଶୁଘାତ ମୁକାବିଲା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

Wed Jun 26 , 2024
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି। ହାତରେ ସମୟ କମ୍ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାରି ଭିତରେ ବୁଧବାର ଦ୍ୱିତୀୟ ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଶୃଙ୍ଖଳିତ ନୀତିକାନ୍ତି ଓ ଆଇନଶୃଙ୍ଖଳା କିପରି ବଜାୟ ରହିବ, ସେ ନେଇ ଆଲୋଚନା ହୋଇଛି। ରଥଯାତ୍ରା ବେଳେ ଟ୍ରାଫିକ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଯେହେତୁ ଏଥର ଦୁଇଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial