‘ଡବ୍ଲୁଏଫ୍‌ଆଇ’ ଅଧ୍ୟକ୍ଷଙ୍କ ନାଁରେ ‘ଏଫ୍‌ଆଇଆର୍‌’ କଲେ ପ୍ରତିବାଦକାରୀ କୁସ୍ତି ଖେଳାଳି

‘ଡବ୍ଲୁଏଫ୍‌ଆଇ’ଅଧ୍ୟକ୍ଷଙ୍କ ନାଁରେ ‘ଏଫ୍‌ଆଇଆର୍‌’

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ‌’ରେ ‘ଏଫ୍‌ଆଇଆର୍‌’ ଦାବି କରି ଆଜି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ‌’ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ରବିବାର ଦିନ ସେମାନେ ଦିଲ୍ଲୀର ଯନ୍ତର ମନ୍ତରରେ ପୁଣି ପ୍ରତିବାଦ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ସେପଟେ, ଦିଲ୍ଲୀ ପୁଲିସ ମଧ୍ୟ ଏହି ଅଭିଯୋଗର ତଦନ୍ତ ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟଦ୍ୱାରା ଗଠିତ ତଦନ୍ତକାରୀ କମିଟିର ରିପୋର୍ଟ ମାଗିଛନ୍ତି ବୋଲି ପଦସ୍ଥ ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟଙ୍କ ନାମରେ ସମୁଦାୟ ୭ଟି ଅଭିଯୋଗ ମିଳିଥିଲା। କୁସ୍ତି ଖେଳାଳିମାନଙ୍କ ସହିତ ଆଲୋଚନା କରିବା ପରେ ଜାନୁଆରି ମାସରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟଦ୍ୱାରା ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ମେରି କମ୍‌ଙ୍କ ନେତୃତ୍ୱରେ ଏଥିପାଇଁ ୫ଜଣିଆ ସଦସ୍ୟବିଶିଷ୍ଟ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଥିଲା। ‘ଡବ୍ଲୁଏଫ୍‌ଆଇ’ର ଦୈନନ୍ଦିନ କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ କରିବା କାର୍ଯ୍ୟ ଏବଂ ଅପରାଧିକ ଇତିହାସ ଥିବା ‘ବିଜେପି’ ନେତା ତଥା କୁସ୍ତି ଖେଳାଳି ବ୍ରଜଭୂଷଣଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଦାଇତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା।

Share Now:

Kalinga News Beuro

Next Post

ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବାର ଦକ୍ଷତା ପାଇଁ ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା

Mon Apr 24 , 2023
ନୂଆଦିଲ୍ଲୀ: ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବାର ସାମର୍ଥ୍ୟ ଥିବା କହି ରବିବାର ଦିନ ଅଷ୍ଟ୍ରେଲିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ନେତାମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ‘ଏନ୍‌ଆଇଡି ଫାଉଣ୍ଡେସନ୍‌’ଦ୍ବାରା ରବିବାର ଦିନ ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣସ୍ଥିତ ବୁନ୍‌ଜିଲ୍‌ ପାଲେସ୍‌ରେ ଆୟୋଜିତ ଏହି ‘ସଦ୍‌ଭାବନା’ କାର୍ଯ୍ୟକ୍ରମରେ ଧାର୍ମିକ ନେତା, ବୁଦ୍ଧିଜୀବୀ, ପଣ୍ଡିତ, ପ୍ରବାଚକ ଏବଂ ଗବେଷକମାନେ ଯୋଗ ଦେଇଥିଲେ।ଗୋଷ୍ଠୀ ନିରାପତ୍ତା, ପ୍ରବାସୀ ସେବା ଓ […]
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial